ମୁଖ୍ୟ ଖବର ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଜଣେ ମୃତ Angul OnlineMay 9, 2023May 9, 2023 ଅନୁଗୋଳ – ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ଟ୍ରେନ ଚକ ତଳେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ଥର୍ମାଲ ଷ୍ଟେସନରେ ଘଟିଛି ଘଟଣା । ସୂଚନା ଅନୁସାରେ TTPS ର କର୍ମଚାରୀ ମହମ୍ମଦ ଅଲ୍ଲୀ କୌଣସି କାମରେ ପୁରୀ ଆଡକୁ ଯିବା ପାଇଁ ଥର୍ମାଲ ଷ୍ଟେସନ ଠାରେ ଦୁର୍ଗ-ପୁରୀ ଟ୍ରେନରେ ଚଢୁଥିଲେ । ତେବେ ସେତିକିବେଳେ ତାଙ୍କ ଗୋଡ ଖସି ଯାଇଥିଲା । ସେ ଚଳନ୍ତା ଟ୍ରେନ ଚକ ତଳେ ପଡି ଯାଇଥିଲେ । ଟ୍ରେନ ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
୫୫ ନମ୍ବର ଜାତୀୟ ରାଜପଥ ୪ ଥର ବଦଳିଲାଣି ଡେଡ୍ଲାଇନ୍ – ମନ୍ତ୍ରୀଙ୍କ ପ୍ରତିଶୃତି ତଦବସ୍ଥା ଅନୁଗୁଳ – ସମ୍ବଲପୁର-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ସରିବାର ନା ନେଉନି । ଏହି ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ସାରିବାକୁ ଏହା…
କାମ ନ କରି ପୁଣି ଖାଇଗଲେ ଟଙ୍କା – ଜିଲ୍ଲା ପ୍ରଶାସନର ତଦନ୍ତ ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ବରଡିହ ପଞ୍ଚାୟତର ଶିଲପଳା ଗାଁରେ ବିନା କାମରେ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ…
ସମିତିସଭ୍ୟ ନିର୍ବାଚନରେ ଜସ୍ମିତାଙ୍କ ବାଜିମାତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନକେରଜାଙ୍ଗ ପଞ୍ଚାୟତ ପାଇଁ ସମିତିସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ସମିତିସଭ୍ୟା ପ୍ରାର୍ଥୀନୀ ଜସ୍ମିତା ପ୍ରଧାନ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀ ରୀନା…