ମୁଖ୍ୟ ଖବର ଆମ୍ବ ଲୋଭ କରି ଗଛରେ ଲାଖି ରହିଲା ହାତୀ – ୫ ଘଣ୍ଟା ପରେ ହେଲା ଉଦ୍ଧାର Angul OnlineMay 9, 2023May 9, 2023 ଅନୁଗୋଳ – ଆମ୍ବ ଖାଇବାକୁ ଆସି ଫସିଗଲା ହାତୀ । ଗୋଡ଼ ଫସି ଯିବାରୁ ଦୁଇ ଗଛ ମଝିରୁ ବାହାରି ପାରିଲା ନାହିଁ । ଦୀର୍ଘ ୫ ଘଣ୍ଟା ପରେ ବନ ବିଭାଗ ପ୍ରଚେଷ୍ଟା ପରେ ହାତୀ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଅନୁଗୋଳ ବନଖଣ୍ଡ କରତପଟା ସେକ୍ସନ ଅନ୍ତର୍ଗତ ବୃତ୍ତି ଗ୍ରାମ ନିକଟରେ ଥିବା ଆମ୍ବ ବଗିଚାରେ ଆଜି ରାତି ପ୍ରାୟ ୪ଟା ବେଳକୁ ଏକ ମାଈ ହାତୀ (୧୫-୨୦ ବର୍ଷ) ଆମ୍ବ ଖାଇବାକୁ ଯାଇଥିଲା ବେଳେ ଆମ୍ବ ଗଛ ମଧ୍ୟରେ ତାର ଗୋଟିଏ ଗୋଡ଼ ଫସି ଯାଇଥିଲା । ଘଟଣା ସମ୍ପର୍କରେ ସକାଳେ ଜଣା ପଡିବା ପରେ ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଗଛକୁ ଟାଣି ହାତୀକୁ ସେଠାରୁ ଉଦ୍ଧାର କରିଥିଲେ । ତେବେ ସେ ଆହତ ହୋଇଥିବାରୁ ତାର ଚିକିତ୍ସା କରାଯାଇଛି । ହାତୀକୁ ପେନ କିଲର ଏବଂ ଭିଟାମିନ ଦିଆ ଯାଇଛି । ଏହା ସହ ଏବେ ମଧ୍ୟ ହାତୀ ଉପରେ ବନ ବିଭାଗ ନଜର ରଖିଛି । ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ନଜର ରଖାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି । https://angulonline.com/wp-content/uploads/2023/05/WhatsApp-Video-2023-05-09-at-08.45.22.mp4 Advertisement
ବାଜିବନି ଡିଜେ ଫୁଟିବନି ବାଣ ଅନୁଗୁଳ – ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି…
ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଧର୍ମେନ୍ଦ୍ରଙ୍କ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ଏନଟିପିସି ଟିଟିପିଏସ୍ର ତୃତୀୟ ପର୍ଯ୍ୟାୟ ସଂପ୍ରସାରଣକୁ ତ୍ୱରାନ୍ୱିତ କରାଯିବ । ଭବିଷ୍ୟତରେ ଏହି ପ୍ରକଳ୍ପ…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…