ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ଅନୁଷ୍ଠିତ

ଅନୁଗୁଳରେ ପ୍ରଥମ ସାଇକ୍ଲୋଥନ ଅନୁଷ୍ଠିତ

ଅନୁଗୁଳ – କୋହଲା ପାଗ ତା’ ସାଙ୍ଗକୁ ହାଲୁକା ସୁଲୁସୁଲିଆ ପବନ । ସକାଳୁ ସକାଳୁ ଏଭଳି ଏକ ନିଆରା ପରିବେଶରେ ‘ଅନଗୁଳ ଜିଲ୍ଲା ଯୋଗ ସ˚ଘ ‘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ‘ଅନଗୁଳ ସାଇକ୍ଲୋଥନ୍‌’ । ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇ ସିପିପି ରାସ୍ତାରେ ସାଇକେଲ୍‌ ଚଲାଇବାର ମଜା ଉଠାଇଥିଲେ । ୨ଟି ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇ ସିପିପି ରାସ୍ତାରେ ସାଇକେଲ୍‌ ଚଲାଇବାର ମଜା ଉଠାଇଥିଲେ । ଏଫସିଆଇ ଛକ ଠାରୁ  ଆରମ୍ଭ ହୋଇଥିଲା ସାଇକ୍ଲୋଥନ୍‌ । ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  ଅନୁଗୁଳ ଯୋଗସଂଘର ସଭାପତି ପୁରୁଷୋତ୍ତମ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଞ୍ଚାସୀନ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ବିପ୍ଳବ ଜେନା , ସାଧାରଣ ସମ୍ପାଦକ ଡ଼ା. ବିଜୟାନନ୍ଦ ପଣ୍ଡା , ରାଜ୍ୟ ଯୋଗ ସଂଘର ସଂଯୋଜକ ଡ଼ା. ଅୟସ କାନ୍ତ ଦାସ , ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ସୁଜିତ କୁମାର ବେହେରା , ଆଇନ ପରାମର୍ଶ ଦାତା ପ୍ରଦୀପ ଦେବତା ପ୍ରମୁଖ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ପରେ ସାଇକ୍ଲୋଥନ୍‌ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୫୦ରୁ ଊର୍ଦ୍ଧ୍ଵ ଛାତ୍ର ଓ ଯୁବ ପିଢ଼ି ସାମିଲ ହୋଇ ସଡ଼କ ସୁରକ୍ଷା ସଚେତନତା , ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply