ଅନୁଗୋଳ – ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଜିଲ୍ଲାପାଳ କାର୍ଯ୍ୟାଳୟର ଜୁନିଅର କ୍ଲର୍କ ପଙ୍କଜିନି ବିଶ୍ୱାଳ । ପଙ୍କଜିନି ୨୦୧୭ ମସିହାରେ ଅନୁଗୋଳ ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜମି ପଟା ମ୍ୟୁଟେସନ କରିବା ପାଇଁ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଆଜି ମାନ୍ୟବର ଭିଜିଲାନ୍ସ ସ୍ପେଶାଲ ଜଜ ଏହି ମାମଲାର ଶୁଣାଣି କରି ପଙ୍କଜିନିଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ସହ ୫ ହଜାର ଜୋରିମନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମନା ଅନାଦେୟ ଆଉ ୨ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦେଶରେ ଉଲ୍ଲେଖ ରହିଛି ।
What’s your Reaction?
+1
2
+1
+1
1
+1
1
+1
6
+1
+1