ଆଞ୍ଚଳିକ ବିବାହ ବନ୍ଧନରେ ବାନ୍ଧି ହେଲେ ଯୁବ ବିଧାୟକ Angul OnlineMay 12, 2023May 12, 2023 ଅନୁଗୋଳ – ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ । ଆଜି ହିନ୍ଦୁ ରୀତି ନୀତି ଅନୁଯାୟୀ ଅନୁଗୋଳ ସ୍ଥିତ ଏକ ତାରକା ହୋଟେଲରେ ବହୁ ଧୂମଧାମରେ ବିବାହ ସମ୍ପର୍ଣ୍ଣ ହୋଇଛି । ଅନୁଗୋଳ ବଣିଆବାହାଳ ନୀବାସୀ ମଧୁସୂଦନ ପଟନାୟକଙ୍କ ଏକମାତ୍ର କନ୍ୟା ଅବଲିଶା ପଟନାୟକଙ୍କ ସହ ତାଂକ ବିବାହ ସମ୍ପର୍ଣ୍ଣ ହୋଇଛି । ଅନୁଗୋଳ ସହର ଅମଲାପଡା ତାଂକ ବାହଘର ଶୋଭାଯାତ୍ରା ବାହାରିଥିବା ବେଳେ ବାଜା , ବାଣ , ରୋସଣିରେ ଶତାଧିକ ବରଯାତ୍ରୀ ଯାଇଥିଲେ । ଆସନ୍ତା ରବିବାର ବିଧାୟକଙ୍କ ପକ୍ଷରୁ ନିଜ ପାଲଲହଡାସ୍ଥିତ ବାସଭବନରେ ବିବାହ ଭୋଜିର ଆୟୋଜନ କରାଯାଇଛି । Advertisement
ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମନ୍ଦରଗିରି ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି…
ଚପଲ ଆଣିବାକୁ ଯାଇ କେନାଲରେ ବୁଡି ନାବାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମର ଗାଁ ନିକଟ ଦେଇ ଯାଇଥିବା କେନାଲରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ…
ମୋଟରସାଇକେଲ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣାରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୋଟରସାଇକେଲ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ।…