ରାଜନୀତି ବାହାଘରରେ ମିଳିଲା କି ଟିକଟ ଉପହାର Angul OnlineMay 15, 2023May 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡାର ବିଧାୟକ ମୁକେଶ ପାଲ ଗତ ୧୨ ତାରିଖରେ ବଣିଆବାହାଳ ନିବାସୀ ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିସାଙ୍କୁ ବିବାହ କରିଥିଲେ । ରବିବାର ତାଙ୍କର ବାହାଘର ଭୋଜି ବିଧାୟକଙ୍କ ଗାଁ ବାଲିପଶିରେ ଥିଲା । ଯେଉଁଠି ହଜାର ହଜାର ଲୋକ ଯୋଗ ଦେଇ ବରକନ୍ୟାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୋଜି ଖାଇଥିଲେ । ତେବେ ବିଧାୟକ ମୁକେଶ ପାଳଙ୍କ ବିବାହ ଭୋଜିର ମୁଖ୍ୟ ଆକର୍ଷଣ ଥିଲେ 5 ଟି ସଚିବ ଭିକେ ପଣ୍ଡିଆନ । ସମସ୍ତଙ୍କୁ ଚକିତ କରି ଦିନ ପ୍ରାୟ ସାଢ଼େ ୧୨ ଟା ବେଳେ ସେ ବାଲିପଶି ଗାଁରେ ପହଞ୍ଚି ଥିଲେ । ପ୍ରଥମେ ନବ ଦମ୍ପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ପରେ ପଣ୍ଡିଆନ ଯୁବଗୋଷ୍ଠୀଙ୍କ ସହ ହାତ ମିଳାଇ , ବିଧାୟକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ । ସେଠାରେ ସେ ପ୍ରାୟ ଅଧା ଘଣ୍ଟା ପରିବାର ଲୋକଙ୍କ ସହ ବିତାଇ ବିବାହ ଭୋଜି ଖାଇ ଫେରି ଯାଇଥିଲେ । ତେବେ 5ଟି ସଚିବଙ୍କ ଏଭଳି ଅଚାନକ ଗସ୍ତ ପରେ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ପାଲଟିଛି । ୨୦୧୯ ମସିହାରେ ମୁକେଶ ପାଳ ବିଜେପି ଛାଡି ବିଜେଡ଼ିରେ ଯୋଗ ଦେଇଥିଲେ । ବିଜୁ ଜନତା ଦଳରେ ସେ ମିଶିବା ପରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବିଧାୟକ ଟିକଟ ମଧ୍ୟ ଦେଇଥିଲା । ମୁକେଶ ପାଳ ଜିତାପଟ ମାରି ବିଧାୟକ ମଧ୍ୟ ହୋଇ ଯାଇଥିଲେ । ତେବେ ଏହା ଭିତରେ ପ୍ରାୟ ୪ ବର୍ଷ ବିତିଗଲାଣି । ମୁକେଶ ପାଳଙ୍କ ପ୍ରତୀନ୍ଦ୍ୱନ୍ଦୀ ଭାବେ ମଧ୍ୟ କିଛି ନେତା ଛିଡା ହେଲେଣି । ବିଧାୟକ ନାମରେ କିଛି ଅଭିଯୋଗ ଆଣି ତାଙ୍କୁ ବଦନାମ ମଧ୍ୟ କରିବାକୁ ଚେଷ୍ଟା କରା ଯାଇଥିଲା । ଯାହାକୁ ନେଇ ଆଗାମୀ ୨୦୨୪ ନିର୍ବାଚନରେ ମୁକେଶଙ୍କୁ ବିଜେଡି ଟିକଟ ମିଳିବ ନା ନାହିଁ ଅନେକ ଚର୍ଚ୍ଚା ହେଉଥିଲା । ଏହା ଭିତରେ ପାଲଲହଡାର ଅବନିକାନ୍ତ ସାହୁଙ୍କୁ ହଠାତ ତାଳଚେର ଅନୁଗୋଳ ମେରାମଣ୍ଡଳୀ ଡେଭଲପମେଣ୍ଟ ଆଥରୀଟି (TAMDA) ର ଅଧ୍ୟକ୍ଷ ପଦ ମିଳି ଯାଇଥିଲା । ଯାହା ଫଳରେ ମୁକେଶ ପାଳଙ୍କ ଟିକଟ ମିଳିବ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେହି ଚର୍ଚ୍ଚା ଆହୁରି ଜୋର କରିଥିଲା । ତେବେ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ଅବନିକାନ୍ତ ସାହୁଙ୍କୁ ଏପ୍ରିଲ ୨୯ ତାରିଖରେ ରାଜ୍ୟ ସରକାର ପୁଣି ତାଙ୍କୁ ରାଜ୍ୟ ଖାଦ୍ୟ କମିଶନର ଅଧକ୍ଷ ଭାବେ ଦାୟିତ୍ୱ ଦେଇଥିଲେ । ଏପଟେ ବିଧାୟକ ମୁକେଶ ପାଳଙ୍କ ବାହାଘର ଭୋଜିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କଲା ଭଳି 5ଟି ସଚିବ ଭି କେ ପାଣ୍ଡିଆନ ପହଞ୍ଚିଥିଲେ । ଯେଉଁଥିପାଇଁ ଏବେ ବିଧାୟକ ମୁକେଶ ପାଳଙ୍କୁ ପୁଣି ଥରେ ଦଳ ଟିକଟ ଦେବା କଥା ଏକ ପ୍ରକାର ଦୃଢ଼ ନିଶ୍ଚିତ ବୋଲି ଚର୍ଚ୍ଚା ଧରିଛି । 5 ଟି ସଚିବ ଭୋଜିରେ ଯୋଗ ଦେବା ମୁକେଶ ପାଳଙ୍କ ପାଇଁ ଟିକଟ ଉପହାର ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । Advertisement
ବିଜେଡ଼ିକୁ ଆଉ ଏକ ଝଟକା – ଦଳ ଛାଡିଲେ ଜିଲ୍ଲା ପରିଷଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳରୁ ୩ ଜଣ ବରିଷ୍ଠ ସଦସ୍ୟଙ୍କ…
ଅନୁଗୁଳ ବିଇଡ଼ି କଲେଜ ଜାତୀୟ ସ୍ତରର ହେବ – କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ,ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ…
ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଅନୁଗୁଳ – ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅବିଭକ୍ତ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର…