ଅପରାଧ କୋଇଲା ଚୋରା ଚାଲାଣ ଅଭିଯୋଗରେ ୭ ଗିରଫ Angul OnlineMay 15, 2023May 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସ ସୋମବାର ସାଇକେଲରେ କୋଇଲା ଚୋରା ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ତାଳଚେର କୋଇଲା ଖଣି ଅଞ୍ଚଳରୁ ସାଇକେଲରେ କୋଇଲା ଚୋରିକରି ବଜାରରେ ବିକ୍ରି କରିବାକୁ ନେଉଥିବା ବେଳେ ପୁଲିସ କଲିଏରୀ ଥାନା ଅନ୍ତର୍ଗତ ହାଣ୍ଡିଧୁଆ ଗାଁର ନଟ ବେହେରା(୪୦), ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗାଁର ବିଜୟ ନାଏକ(୬୦), କନ୍ଦର୍ପ ସାମଲ(୫୬), ଅପର୍ତୀପୁର ଗାଁର ପୂର୍ଣ୍ଣଚନ୍ଦ୍ର ଭୋଇ(୪୭), ଗୋତମରା ଗାଁର ଜ୍ଞାନୀ ବେହେରା(୬୫), ମହେଶ୍ବର ନାଏକ(୩୦) ଓ ନିରାକାରପୁର ଗାଁର ରାଜେନ୍ଦ୍ର ନାଏକ(୪୯)ଙ୍କୁ ଗିରଫକରି ୭ଟି ସାଇକେଲ ଓ ୧୩.୫ କ୍ବିଣ୍ଟାଲ କୋଇଲା ଜବତକରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି। Advertisement
ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ଅଶ୍ଳିଳ ଭିଡିଓ ପୋଷ୍ଟକରି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ସଦର ଥାନା ଅଞ୍ଚଳର ଜଣେ ମହିଳାଙ୍କ ଅଶ୍ଳିଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଅଭିଯୋଗରେ ପୁଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…
ରାମଚଣ୍ଡୀ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବିଳମ୍ବିତ ରାତିରେ ଟଙ୍କା ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ…
ଛିନତାଇ ଗ୍ୟାଙ୍ଗର ଦୁଇ ମୁଖ୍ୟଙ୍କ ସମେତ ତିନି ଗିରଫ ଅନୁଗୁଳ – ଅନୁଗୁଳ ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗତ କିଛିଦିନ ହେଲା ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ମୋଟରସାଇକେଲରେ ଚମ୍ପଟ ମାରୁଚ୍ଚାନ୍ତି ଦୁର୍ବୃତ୍ତ…