ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି

ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି

ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଖରାର ପ୍ରକୋପ ବେଶ ରହିଛି । ଆଜି ଦିନରେ ଜିଲ୍ଲା ସଦର ମହକୁମାର ତାପମାତ୍ରା ୪୫ ଡିଗ୍ରୀ ପାର ହୋଇଥିଲା । ତେବେ ଏଭଳି ଅତ୍ୟଧିକ ତାପମାତ୍ରା ଥିବା ବେଳେ ଡ୍ୟୁଟି କରୁଥିବା ଜଣେ ପୁଲିସ ଏସ.ଆଇ. ଅଚେତ ହୋଇ ପଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଅନୁଗୋଳ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୩ ଟି ୱାର୍ଡର ବାସିନ୍ଦା ଆନ୍ଦୋଳନରତ ଥିଲେ । ଏହି ଆନ୍ଦୋଳନ ସମୟରେ ଅନୁଗୋଳ ଥାନାରେ କାର୍ଯ୍ୟରତ ଏସ୍ ଆଇ ସୁଶାନ୍ତ କୁମାର ନାଥ ଡ୍ୟୁଟି କରୁଥିଲେ । ତେବେ ହଠାତ ସେ ଅଚେତ ହୋଇ ପଡି ଯାଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ ପୁଲିସ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ତାଙ୍କ ମୁଣ୍ଡରେ ପାଣି ପକାଇବା ସହ ପୁଲିସ ଗାଡ଼ିରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ସେ ଚିକତ୍ସାଧୀନ ଥିବା ବେଳେ ଖରାର ପ୍ରକୋପ ଯୋଗୁଁ ସେ ଅଚେତ ହୋଇଯାଇଥିବା ଜଣାଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply