ଅପରାଧ ୧୧ କେଜି ଗଞ୍ଜେଇସହ ୨ ଗିରଫ Angul OnlineMay 18, 2023May 18, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରୁ କିଶୋରନଗର ଓ କିଆକଟା ଦେଇ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇବାପରେ ଜିଲ୍ଲା ଅବକାରୀ ବିଭାଗ ସତର୍କ ହୋଇଥିଲା । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସଦଳବଳ କିଶୋରନଗର ଥାନା ଅନ୍ତର୍ଗତ କଦଳିମୁଣ୍ଡାଠାରେ ୫ କେଜି ଗଞ୍ଜେଇସହ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପରା ଗାଁର ସୁରେଶ ନାଏକଙ୍କୁ ଗିରଫ କରିଛି । ସେହଭଳି କିଆକଟା ଥାନା ଅନ୍ତର୍ଗତ ବାରେଣୀ ଛକଠାରେ ୬ କେଜି ଗଞ୍ଜେଇ ସହ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବାଲିପଶି ଗାଁର ସେବକ ନାଏକଙ୍କୁ ଗିରଫ କରିଛି । ଏ ନେଇ ୨ ଟି ମାମଲା ରୁଜୁକରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି। Advertisement
ଦୁଇ ଚନ୍ଦନ ଗଛ ଚୋର ଗିରଫ – ଚନ୍ଦନ କାଠ ଜବତ ଅନୁଗୁଳ – ଅନୁଗୁଳ ଡିଆଇଜିଙ୍କ ସରକାରୀ ବାସଭବନରେ ଥିବା ଏକ ଚନ୍ଦନ ଗଛକୁ କାଟି ସୋମବାର ଚୋରି ଉଦ୍ୟମ ହୋଇଥିଲା । ଏହା ଜଣାପଡ଼ିବା ପରେ ପୁଲିସ…
କାନ୍ଥ ଖୋଳି ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବଜାର ଉପରେ ଥିବା ଏକ ଗହଣା ଦୋକାନର କାନ୍ଥ ଖୋଲି ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ…
ନାବାଳକଙ୍କ ଠାରୁ ଚୋରି ମୋଟରସାଇକେଲ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ସମୟରେ ମୋଟରସାଇକେଲ ଚୋରି ହେଉଥିବା ବେଳେ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି ।…