ବାଣିଜ୍ୟ ସରିଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ -ଅରବିନ୍ଦ ଭୂତିଆ ସଭାପତି Angul OnlineMay 21, 2023May 21, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘର ନିର୍ବାଚନ ପ୍ରକ୍ରିୟା ଗତକାଲି ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା । ମୋଟ ଭୋଟର ତାଲିକା ୧,୨୩୬ ରହିଥିବା ବେଳେ ୯୭୭ ଜଣ ଭୋଟ ଦେଇଥିଲେ । ତେବେ ଗତକାଲି ନୀର୍ବାଚନ ପ୍ରକ୍ରିୟା ସରିଥିବା ବେଳେ ଆଜି ସକାଳ ୧୦ଘଟିକାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ୮ଟାରେ ସମାପ୍ତ ହୋଇଥିଲା । ଗଣତି ପରେ ନୂତନ ଭାବେ ନିର୍ବାଚିତ ଅରବିନ୍ଦ ଭୂତିଆ ସଭାପତି , ଟୁକୁନା ସ୍ୱାଇଁ କାର୍ଯ୍ୟକାରୀ ସଭାପତି , ସମ୍ପାଦକ ଭାବେ ରତନ କୁମାର ଶତପଥୀ ନିର୍ବାଚିତ ହୋଇଥିବା ଜଣା ପଡିଛି । ତେବେ ଏହାକୁ ଆସନ୍ତାକାଲି ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯିବା। Advertisement
ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାରକୁ ମିଳିଲା ସମ୍ମାନଜନକ ଏକ୍ସିଡ୍ ସିଏସ୍ଆର ପୁରସ୍କାର ୨୦୨୪ ନୂଆଦିଲ୍ଲୀ- ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ବ (ସିଏସ୍ଆର୍) କାର୍ଯ୍ୟକ୍ରମ ନିମନ୍ତେ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)କୁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ…
ପବିତ୍ର ଧନତେରସ ଏବଂ ଦୀପାବଳିରେ ଲକ୍ଷ୍ମୀ ହୋଣ୍ଡା ତରଫରୁ Scratch & Win Offer ଅନୁଗୁଳ – Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ଧନତେରସ ଏବଂ ଦୀପାବଳି ଅବସରରେ scratch &…
କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ ଅନୁଗୁଳ – କେନ୍ଦ୍ର କୋଇଲା ସଚିବ ଶ୍ରୀଯୁକ୍ତ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରୱାଲ ଜିନ୍ଦଲ ଷ୍ଟିଲ ଆଣ୍ଡ…