ସରପଞ୍ଚଙ୍କୁ ଖାତିର କରୁ ନାହାଁନ୍ତି ଜେ.ଈ. – ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସରପଞ୍ଚ

ସରପଞ୍ଚଙ୍କୁ ଖାତିର କରୁ ନାହାଁନ୍ତି ଜେ.ଈ. – ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସରପଞ୍ଚ

ଅନୁଗୋଳ – ପଞ୍ଚାୟତରେ ଜେଇ ମନମୁଖୀ କାମ କରୁଛନ୍ତି । ଯାହା ଫଳରେ ଉନ୍ନତିମୁଳକ କାର୍ଯ୍ୟରେ ବାଧା ଉପୁଜିଛି । ଏଥିପାଇଁ  ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅନୁଗୋଳ ଜିଲ୍ଲା ବସଲା ସରପଞ୍ଚ ସରପଞ୍ଚ ଚନ୍ଦନ କୁମାର ସାହୁଙ୍କ କହିବା ଅନୁଯାୟୀ ପଞ୍ଚାୟତ ଦାୟୀତ୍ୱରେ ଥିବା ଜେ.ଇ. ମହେସ୍ୱତା ଦାସ ତାଙ୍କ କଥାକୁ ନ ଶୁଣି ମନ ଇଚ୍ଛା କାମ କରୁଛନ୍ତି । ସରପଞ୍ଚଙ୍କୁ ବେଖାତିର କରିବା ସହ ପଞ୍ଚାୟତର କୌଣସି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ସେ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି ସରପଞ୍ଚ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ କହିବା ଅନୁସାରେ ସେ ,ଜେ.ଇ ମହେଶ୍ବତା ଦାସଙ୍କ ସହିତ ଅନେକ ଥର ଆଲୋଚନା କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସେ ସବୁବେଳେ ତାଙ୍କୁ ବେଖାତିର ବ୍ୟବହାର କରିବା ସହ ମୋ ଇଚ୍ଛା ମୁଁ କରିବି ନାହିଁ , ମୋ ଇଚ୍ଛା ହେଲେ କରିବି ବୋଲି କହିଛନ୍ତି । ଅଲଗା ପଞ୍ଚାୟତର କାମ ହେଉଛି ତୁମର ନହେଲେ ମୋର କଣ ଗଲା , ମୋ ଦରମା ବନ୍ଦ ହେବନାହିଁ । ଯଦି ତମର କିଛି କହିବାର ଅଛି ଜିଲ୍ଲାପାଳଙ୍କ ପାଖକୁ ଯାଅ ବୋଲି ସେ କହୁଛନ୍ତି । ଏ ସମ୍ବନ୍ଧରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏଣୁ ପଞ୍ଚାୟତର ଜେଇ ପରିବର୍ତ୍ତନ କରିବାକୁ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଯୁବ ସରପଞ୍ଚଙ୍କ କହିବା କଥା ପଞ୍ଚାୟତବାସୀ ତାଙ୍କ  ଉପରେ ଭରସା ଓ ବିଶ୍ୱାସ କରି ଭୋତ ଦେଇଥିଲେ । ତେବେ ଜେ.ଈ.ଙ୍କ ଯୋଗୁଁ ସେ ପଞ୍ଚାୟତବାସୀଙ୍କ ସେବା କରିବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
11
+1
0
+1
0

Leave a Reply