ସାତକୋଶିଆରେ ଅଣ୍ଡା ଫୁଟି ବାହାରିଲେ ଘଡିଆଳ ଛୁଆ

ସାତକୋଶିଆରେ ଅଣ୍ଡା ଫୁଟି ବାହାରିଲେ ଘଡିଆଳ ଛୁଆ

ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆରୁ ପୁଣି ଥରେ ଖୁସି ଖବର ଆସିଛି । ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ପରିଚିତ ସାତକୋଶିଆରେ କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ଗୁରୁବାର ଅଣ୍ଡା ଫୁଟି ଘଡ଼ିଆଳ କୁମ୍ଭୀର ବାହାରିଛନ୍ତି  । ମା ‘ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ କରିଛି । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ ରୁ ୩୫ ଘଡ଼ିଆଳ ଛୁଆ ବାହାରିଥିବା ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି । ପ୍ରକାଶ ଯେ ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀର ୨୦୨୧ ମସିହାରୁ ସଫଳତାର ସହ ଅଣ୍ଡା ଫୁଟେଇ ଆସୁଛି । ଦୀର୍ଘ ୪୦ବର୍ଷ ପରେ ପ୍ରଥମେ ୨୦୨୧ ମସିହାରେ ୩୮ ଛୁଆ ଦେଇଥିଲା । ଗତ ବର୍ଷ ବି ୨୮ ଅଣ୍ଡା ଫୁଟିଥିଲା ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply