ଖଣିରେ ବିଦ୍ଯୁତ ଆଘାତରେ ଶ୍ରମିକ ମୃତ

ଖଣିରେ ବିଦ୍ଯୁତ ଆଘାତରେ ଶ୍ରମିକ ମୃତ

ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣିରେ ଆଜି ଏକ ଅଘଟଣ ଘଟି ଯାଇଛି । ଖଣିରେ ବିଦ୍ୟୁତ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ ଠିକା ବିଦ୍ୟୁତ କର୍ମଚାରୀ ଜଣକ କନ୍ଧବେରେଣି ଗ୍ରାମର ବିପିନ ରାଉତ ବୋଲି ଜଣା ପଡିଛି । ସୁଚନା ଅନୁସାରେ ବିପିନ ଏକ ଖୁଣ୍ଟରେ ଚଢି ବିଦ୍ଯୁତ ମରାମତି କରୁଥିଲେ । ସେହି ସମୟରେ କରେଣ୍ଟ ଆସିଯିବାରୁ ବିପିନ ଶକ୍ତ ଧକ୍କା ଖାଇ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ଗ୍ରାମବାସୀକ ଖଣି ବନ୍ଦ ଆନ୍ଦୋଳନ କରିଥିଲେ । ପରେ ବୁଝାସୁଝା କରିବା ଯୋଗୁଁ ଅନ୍ଦୋଳନ ପ୍ରତ୍ଯାହ୍ରୁତ ହୋଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply