ମୁଖ୍ୟ ଖବର ତଣ୍ଟି କାଟି ନାବାଳିକା ଖୁସିକୁ ହତ୍ୟା କରିବା ଘଟଣା – ଅଭିଯୁକ୍ତକୁ ଧରିଲା ପୁଲିସ Angul OnlineMay 27, 2023May 27, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା କୁଇଓ ଗାଁରେ ହୋଇଥିବା ଲୋମଟାଙ୍କୁରା ଖୁସି ହତ୍ୟା ଘଟଣାର ୧୯ ଦିନ ପରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ବେହେରାକୁ ପୁଲିସ ଧରିବାରେ ସଫଳ ହୋଇଛି । ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ ଟା ବେଳେ କୁଇଓ ଅନନ୍ତବେରଣୀ କଲୋନୀର ଖୁସି ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ସୌମ୍ୟ ରଞ୍ଜନ ଘରେ ପଶି ତଣ୍ଟି କାଟି ହତ୍ୟା କରିଥିଲା । ଆଉ ସେହିଦିନ ଠାରୁ ସେ ପୁଲିସକୁ ଚକମା ଦେଖାଇ ଫେରାର ହୋଇ ଯାଇଥିଲା । ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ଜାଲ ବିଛାଇ ଥିଲା । ତଦନ୍ତ ବେଳେ ଅଭିଯୁକ୍ତ ରଞ୍ଜନ ମୋଟରସାଇକେଳରେ ଆଠମଲ୍ଲିକ ଦେଇ ଝାରସୁଗୁଡା ଅଞ୍ଚଳକୁ ପଳାଇ ଯାଇଥିବା ଜାଣିବାକୁ ପାଇଥିଲା । ତେବେ ଝାରସୁଗୁଡାରୁ କିଛିଦିନ ପାଇଁ ସୌମ୍ୟ ରାଜ୍ୟ ବାହାରକୁ ପଳାଇ ଯାଇଥିବା ବେଳେ ଗତକାଲି ଛତିଶଗଡ଼ ଓ ଝାରସୁଗୁଡା ସୀମାନ୍ତରେ ଥିବା ପୁଲିସ ଜାଣିବାକୁ ପାଇ ଜାଲ ବିଛାଇ ଥିଲା । ଆଉ ସଫଳ ମଧ୍ୟ ହୋଇଥିଲା । ସେଠାରୁ ତାକୁ ଅନୁଗୋଳ ଅଣାଯିବ । ଅନୁଗୋଳ ଆଣିଲା ପରେ ପୁଲିସ ତାକୁ ସବିଶେଷ ପଚରାଉଚରା କରିବ ବୋଲି ଜଣା ପଡ଼ିଛି । ତେବେ ଧରା ପଡିବା ପୂର୍ବରୁ ଅଭିଯୁକ୍ତ ସୌମ୍ୟ ତାର ଫେସବୁକ ଆକାଉଣ୍ଟରେ ପ୍ରେମ ବିଳାପ କରିଛି । ଖୁସୀଙ୍କ ସହ ତାର କିଛି ଫଟୋ ପୋଷ୍ଟ କରି ଖୁସି ଖାଲି ମୋର , ଖୁସି ଇଜ ମାଇଁ ଲାଇଫ ବୋଲି ପୋଷ୍ଟ କରିଛି । ଏଠାରେ ସୂଚନାଯୋଗ୍ୟ ଯେ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁର ସୌମ୍ୟ ରଞ୍ଜନ ଗତ ୮ ତାରିଖରେ ୧୩ ବର୍ଷର ନାବାଳିକା ଖୁସି ଘରେ ସାନ ଭାଇ ସହ ଖେଳୁଥିବା ବେଳେ କେହି କିଛି ଜାଣିବା ପୂର୍ବରୁ ସୌମ୍ୟ ରଞ୍ଜନ ଘର ଭିତରକୁ ଧସେଇ ପଶିଥିଲା । ଖୁସୀଙ୍କ ମା ବିରୋଧ କରିବାରୁ ତାଙ୍କୁ ଏକ ଧକ୍କା ପକାଇ ଖୁସିକୁ ଏକ କୋଠରୀ ଭିତରକୁ ଟାଣି ନେଇ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ଫେରାର ହୋଇ ଯାଇଥିଲା । Advertisement
ଗାଁ ଭିତରେ ଉତ୍ପାତ କଲା ଦନ୍ତା – ଘର ଭାଙ୍ଗିବା ସହ ଫସଲ ଉଜାଡ଼ିଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଦାନତା ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ପ୍ରାୟ…
ବିବାଦ ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ – ରୋଗୀଙ୍କୁ ଝଡାଫୁଙ୍କା , ସମ୍ପର୍କୀୟଙ୍କୁ ମାଡ଼ ଅଭିଯୋଗ ଅନୁଗୁଳ – ବିବାଦ ପିଛା ଛାଡ଼ୁନି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର । ପୂର୍ବରୁ ୱାର୍ଡ ଭିତରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କାର ଅଭିଯୋଗ ଅନେକ ଥର ଆସିଛି…
ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣା – ମୁଖ୍ୟ ଅଭିଯୁକ୍ତ ଗିରଫ ଅନୁଗୋଳ – ଅନୁଗୋଳ ସହରର ହୁଲୁରିସିଂହା ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ହୁଲୁରିସିଂହା ଘାସିସାହିର…