ଅପରାଧ ଚୋରା କାଠ ବୋଝେଇ ପିକଅପ୍ ସହିତ ଜଣେ ଗିରଫ Angul OnlineMay 28, 2023May 28, 2023 କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳର କୁମୁଣ୍ଡା ବିଟ୍ ହାଉସ ଅଧିନସ୍ଥ କୋଶଳା -ହିଙ୍ଗୁଳା ରାସ୍ତାରେ ଶନିବାର ଚଢାଉ କରି ୮୩ ପିସ୍ ଶାଳ ପଟ୍ଟା, ଓଡି -୧୯-ଇ -୭୬୬୭ ନମ୍ୱର୍ ବିଶିଷ୍ଟ ପିକଅପ୍ ଭ୍ୟାନରୁ ଜବତ କରିଛି । ପିକଅପ୍ ସହିତ ଅଭିଯୁକ୍ତ ଚାଳକ ଚିନ୍ମୟ ସାହୁ (୨୧) ଙ୍କୁ ଗିରଫ କରିଛି । ଚିନ୍ମୟର ଘର ଛେଣ୍ଡିପଦାର କୋଶଳା ଗ୍ରାମରେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଶାଳ ପଟ୍ଟା ଚାଲାଣ ବିଷୟରେ ବନ ବିଭାଗକୁ ଖବର ଥିବାରୁ ଆଜି କଣିହାଁ ରେଞ୍ଜ ଅଧିକାରୀ ନୀଳମଣି ଦେହୁରୀଙ୍କ ନେତୃତ୍ବ ରେ ଆଜି ଦିବା ଦୁଇଟା ସମୟରେ ଅତର୍କିତ ଚଢାଉ କରି ଚୋରା ପଟ୍ଟା ବୋଝେଇ ପିକଅପ୍ ଭ୍ୟାନ ସହିତ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । Advertisement
୨ ଦୁର୍ଦାନ୍ତ ଅପରାଧୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲାର ୨ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଜିଲ୍ଲାର ଏନଟିପିସି ଥାନା ଅଞ୍ଚଳରେ କିଛି ଦିନ ହେବ ଟ୍ରକ୍…
ଦୁଇ ଏଟିଏମ ଲୁଟ ଉଦ୍ୟମ ବିଫଳ ଅନୁଗୁଳ – ଅନୁଗୁଳ ସହର ଉପରେ ଥିବା ଦୁଇଟି ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ଟଙ୍କା ଲୁଟ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି ।…
ଡକାୟତି ଯୋଜନା କରୁଥିବା ବେଳେ ୪ ଡକାୟତ ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଖବର ପାଇ ବଅଁରପାଳ ପୁଲିସ ଚଢାଉ କରି ୪ ଡକାୟତଙ୍କୁ ଗିରଫ…