ଆଞ୍ଚଳିକ ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ Angul OnlineMay 30, 2023May 30, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ତେବେ ଅନୁଗୋଳ ସହର ନିକଟସ୍ଥ କରବେରେଣି ଗାଁ ନିକଟରେ ଯାଇଥିବା ରେଳପଥରେ ଗଛ ଡାଳ ଭାଙ୍ଗି ପଡିବାରୁ ଅନେକ ସମୟ ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁସାରେ ଗାଁର ହାଡ଼ିବନ୍ଧୁ ପ୍ରଧାନଙ୍କ ଏକ ଶାଗୁଆନ ଗଛ ଏହି ରେଳପଥ ଉପରେ ଭାଙ୍ଗି ପଡିଥିଲା । ସେହି ଡାଳକୁ ରେଳ ବିଭାଗ କର୍ମଚାରୀ ଉଠାଇବାକୁ ଯିବା ବେଳେ ସେ ତାହା କରାଇ ଦେଇ ନଥିଲେ । ତାଙ୍କ ଅଭିଯୋଗ ହେଲା ଯେ ରେଳପଥ ପାଇଁ ତାଙ୍କ ଜାଗା ଯାଇଥିବା ବେଳେ ଏହା ବାବଦକୁ ଯେଉଁ କ୍ଷତିପୂରଣ ରାଶି ମିଳିବା କଥା ତାହା ଆଜିଯାଏ ତାଙ୍କୁ ମିଳି ନାହିଁ । ଏଥିପାଇଁ ସେ ଆଜି ରେଳପଥରେ ଗଛ ପଡିବା ପରେ ଏହାର ସୁଯୋଗ ନେଇ ନିଜ ପ୍ରାପ୍ୟ ଦେବାକୁ ଜିଦ ଧରି ବସିଥିଲେ । ପରେ ରେଳ କର୍ମଚାରୀ ଓ ଆରପିଏଫ କର୍ମଚାରୀ ଆସି ତାଙ୍କୁ ବୁଝାସୁଝା କରିଥିଲେ । ଖୁବଶୀଘ୍ର ତାଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ । ଏହା ପରେ ରେଳପଥରୁ ଗଛ ଉଠାଯିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା । Advertisement
ବିଦ୍ୟୁତ ଆଘାତରେ ଯୁବକ ମୃତ ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ସେହି…
ସାତକୋଶିଆରେ ବନ୍ୟା ପରବର୍ତ୍ତୀ ସାପ ସଚେତନତା କାର୍ଯ୍ୟକ୍ରମ ଅନୁଗୁଳ – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଞ୍ଚଳ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା ।…
କାଞ୍ଜିଆହୁଦା ପାଇଁ ଦାବିପତ୍ର ଅନୁଗୁଳ – ଅନୁଗୁଳ ସହରରେ ମାଳ ମାଳ ଗାଈ ଗୋରୁ ବୁଲୁଛନ୍ତି । ଜାତୀୟ ରାଜପଥ ସମେତ ସହରର ସବୁ ରାସ୍ତାରେ ବହୁ ସଂଖ୍ୟାରେ ଗାଈଗୋରୁ ବୁଲୁ…