ଆଞ୍ଚଳିକ ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineJune 1, 2023June 1, 2023 ଅନୁଗୋଳ – ଅନୁଗୋଳ ସହର ଆରଡି କଲୋନୀର ଡ୍ରେନରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଆଁକୁଲା ଗାଁର ଅକ୍ରୁର ସାହୁ ବୋଲି ଜଣା ପଡିଥିବା ବେଳେ ସେ ସେହି ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ଏହା ସହ ସେ ତାର୍ମିତ କଲୋନୀରେ ଏକ ଗ୍ୟାରେଜ କରିଥିବା ଜଣା ପଡ଼ିଛି । ବିଳମ୍ବିତ ରାତିରେ ସେ ନିଜ ଭଡା ଘରକୁ ଫେରୁଥିବା ବେଳେ କୌଣସି କାରଣ ବଶତଃ ଡ୍ରେନରେ ପଡି ଯାଇଥିଲେ । ସେ ସେଠାରୁ ଉଠି ପାରି ନଥିବା ବେଳେ ସକାଳେ ସ୍ଥାନୀୟ ସେ ପଡିଥିବା ଦେଖିବାକୁ ପାଇଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ଅନୁଗୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । Advertisement
କୃଷି ଭିତ୍ତିକ ଯନ୍ତ୍ରପାତି ସୋରୁମ ଉଦଘାଟନ ଅନୁଗୁଳ-ଅନୁଗୁଳ ଜିଲ୍ଲାର ସମସ୍ତ ଚାଷୀ ମାନଙ୍କୁ ଉର୍ଣ୍ଣତ ମାନର ଚାଷ ,ଚାଷର ମାନ ବୃଦ୍ଧି ପାଇଁ କିଲୋସକାର କମ୍ପାନୀର ଉନ୍ନତ ମାନର କୃଷି ଯନ୍ତ୍ରପାତି ସୋ ରୁମ…
ସହି ପାରିଲା ନାହିଁ ମମତା – ଶିଶୁକୁ କୋଳେଇ ନେଲେ ହୋମଗାର୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ ଟ୍ରାଫିକ ପୋଷ୍ଟ ପାଖରେ ଜଣେ ଅଜଣା ମହିଳା ଅଚେତ ଅବସ୍ଥାରେ ପଡିଥିଲେ । ପାଖରେ ଥିଲେ ଦୁଇଟି ୩-୪…
ବେଆଇନ୍ ରାସ୍ତାରେ କୋଇଲା ପରିବହନ – ୬୭ହଜାର ଫାଇନ୍ ଆଦାୟ ତାଳଚେର – ଅନୁଗୁଳ ଜିଲ୍ଲାର ସମଲ ଥାନା ପୋଲିସ ଅଧିକାରୀ ରାତି ପେଟ୍ରୋଲିଂ ସମୟରେ ୮ଟି କୋଇଲା ଟ୍ରକକୁ ବେଆଇନ୍ ରାସ୍ତାରେ କୋଇଲା ପରିବହନ କରୁଥିବାରୁ ଜବତ…