ବଜ୍ରପାତରେ କଲେଜ ଛାତ୍ର ମୃତ

ବଜ୍ରପାତରେ କଲେଜ ଛାତ୍ର ମୃତ

ପାଲଲହଡା – ବଜ୍ରାଘାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ଜେନାପଡା ଗ୍ରାମରେ ଘଟିଛି । ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଙ୍ଗା ଗ୍ରାମର ଯୁବକ ଅମର ବେହେରା ଖମାର ଥାନା ଜେନାପଡା ଗ୍ରାମରେ ଭଡା ଘରେ ରହି ଖମାର କଲେଜ ରେ ପାଠ ପଢୁଥିଲେ । ଆଜି ସନ୍ଧ୍ୟା ସମୟରେ ସେ ଛାତ ଉପରେ ବସିଥିବା ବେଳେ ତାଙ୍କ ନିକଟରେ ବଜ୍ରପାତ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
2

Leave a Reply