ଆଞ୍ଚଳିକ ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର Angul OnlineJune 3, 2023June 3, 2023 ଅନୁଗୋଳ – ବାଲେଶ୍ଵର ଜିଲା ବାହାନଗା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହି ରେଳ ସହ ଧକ୍କା ହେବା ଫଳରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଛି । ଘଟଣାର ଭୟବହତା ଏତେ ମାତ୍ରାରେ ଅଧିକ ଥିଲା ଯେ ଏହି ଖବର ସାରା ଦେଶକୁ ଦୋହଲାଇ ଦେଇଥିଲା । ଦୁର୍ଘଟଣାରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିବା ଶତାଧିକ ଲୋକଙ୍କ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଅଛନ୍ତି । ଗୁରୁତର ଆହତଙ୍କ ନିମନ୍ତେ ଏକ ପ୍ରକାର ରକ୍ତ ଅଭାବ ଦେଖିବାକୁ ମିଳିଥିଲା। ରାତି ଅଧରେ ବାଲେଶ୍ୱରର ଯୁବପିଢ଼ି ସ୍ବେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିବା ବେଳେ ଶନିବାର ଅନୁଗୋଳ ସ୍ୱେଚ୍ଛାସେବୀ ମାନଙ୍କ ଆହ୍ୱାନ କ୍ରମେ ସହର ତଥା ଗାଁ ଗଣ୍ଡାରୁ ଅନେକ ଯୁବକ ରକ୍ତଦାନ କରିବା ପାଇଁ ଛୁଟି ଆସିଥିଲେ । ବହୁ ପୁରୁଷ ଓ ମହିଳା ସ୍ବେଚ୍ଛାକୃତ ରକ୍ତଦାନ କରି ସହାୟତାର ହାତ ଅନୁଗୋଳରୁ ବଢାଇଛନ୍ତି । ଶୁକ୍ରବାର ସକାଳ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ମଧ୍ୟରେ ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ, ସୌମ୍ୟ ରଞ୍ଜନ ଦାଶ, ଜୟନ୍ତ କର, ଆଦ୍ୟଶ୍ଲୋକ ମିଶ୍ର, ଚନ୍ଦ୍ରକାନ୍ତ ବେହେରା, ବିଶ୍ୱଜିତ୍ ବିଶ୍ଵାଳ, ଅନୁପ ପଟ୍ଟନାୟକ, ପ୍ରତାପ ମହାପାତ୍ର,ମହେଶ ଭୋମରାଜ ଆଦି ସ୍ୱେଚ୍ଛାସେବୀ ମାନେ ଏକ ଜରୁରୀକାଳୀନ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଖବର ବ୍ୟାପିବା ମାତ୍ରେ ଯୁବକ ଠାରୁ ମହିଳା ଯାଏ ସମସ୍ତେ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିବା ଜଣାପଡ଼ିଛି । ସକାଳ ୯ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହି ରକ୍ତଦାନ ଶିବିର ଚାଲିଥିଲା ।ଏଥିରେ ୨୦୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ସେହିଭଳି କଟକ SCB ମେଡିକାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ବିପୁଳ ପରିମାଣରେ ରକ୍ତର ଆବଶ୍ୟକତାକୁ ଦୂର କରିବା ନିମନ୍ତେ ମାନ୍ୟବର ବିଧାୟକ ଅନୁଗୋଳ ତଥା ଓଡିଶା ବିଧାନସଭା ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ ନିର୍ଦେଶ କ୍ରମେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଅରୁଣାଭ ସିଂହଙ୍କ ନେତୃତ୍ୱରେ ବିଜୁ ଛାତ୍ର-ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ୫୭ ଜଣ ବ୍ୟକ୍ତି କଟକ ବଡ଼ ମେଡିକାଲରେ ରକ୍ତଦାନ କରିଛନ୍ତି । ଏଭଳି ଦୁଃଖଦ ସମୟରେ ସାହାଯ୍ୟର ହାତ ବଢ଼ାଇ ଥିବାରୁ ମାନ୍ୟବର ବିଧାୟକ ସମସ୍ତ ରକ୍ତଦାତାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏଥି ସହିତ ଚିକିତ୍ସିତ ହେଇଥିବା ସମସ୍ତ ବ୍ୟକ୍ତିଙ୍କ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆଶୁ ଆରୋଗ୍ୟ କାମନା କରିଥିଲେ । କଟକ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ, କଟକ ଜିଲ୍ଲା ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଗୃହ ଟିକସ ବୃଦ୍ଧି ନିଷ୍ପତିର ପୁନଃବିଚାର ଓ ଅଳିଆ ପାଇଁ ବ୍ୟବହାରିକ କର ପ୍ରତ୍ୟାହାର ଦାବୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ତରଫରୁ ତାଳଚେର ସହରବାସୀଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ଦର୍ଶାଇବା ସହ ଏହି…
ଟ୍ରକ ସହ ମୋଟରସାଇକେଲ ଧକ୍କା – ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନହିଁସର ଛକଠାରେ ଅପରାହ୍ନରେ ଏକ ଟ୍ରକ ସହ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବାରୁ ମଟରସାଇକେଲ…
ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲ ଛେଣ୍ଡିପଦା ତହସିଲର କଙ୍କରାଇ ଗ୍ରାମ ପଂଚାୟତର ପିଢଖମଣ ଠାରେ ଗୁରୁବାର ପ୍ରସ୍ତାବିତ ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ବିଭାଗ…