ଅପରାଧ ମହିଳା ବ୍ଯବସୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ Angul OnlineJune 4, 2023June 4, 2023 ଅନୁଗୋଳ – ଅନୁଗୋଳ ସହରରେ ଲୁଟ୍ , ଛିନତାଇର ଆତଙ୍କ ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି ନା କେଉଁଠି ଏଭଳି ଦୁର୍ବୃତ୍ତଙ୍କ ଲୁଟ୍ ର ଶିକାର ହେଉଛନ୍ତି ସାଧାରଣ ଲୋକ । ତେବେ ଅନୁଗୋଳ ସହରରେ ମଧ୍ୟ ଏବେ ଲୁଟେରା ମାନେ ସେମାନଙ୍କ ସାମ୍ରାଜ୍ୟ ବଢାଇବାରେ ଲାଗିଲେଣି । ଗତକାଲି ନୁଆଁ ବସଷ୍ଟାଣ୍ଡ ନିକଟରୁ ମୋଟରସାଇକେଲ ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟିବାକୁ ଚେଷ୍ଟା କରୁଥିବା ବେଳେ ସାଧାରଣ ଲୋକ ତାକୁ କାବୁ କରି ପୁଲିସର ଜିମା ଦେଇଥିଲେ । ତେବେ ଆଜି ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରୁ ଜଣେ ମହିଳାଙ୍କ ଦେଢ଼ ଲକ୍ଷ ଟଙ୍କା ଥିବା ବ୍ୟାଗ ଛଡେଇ ନେଇ ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ସମ୍ବଲପୁର ଅଞ୍ଚଳର ଅଂଶୁ ଅଗ୍ରୱାଲ ନାମକ ଜଣେ ମହିଳା ଅନୁଗୋଳ ବଜାରକୁ ବିଭିନ୍ନ ତେଜରାତି ସାମଗ୍ରୀ ସପ୍ଲାଇ କରିଥାନ୍ତି । ଆଉ ପ୍ରାୟ ପ୍ରତ୍ୟେକ ସପ୍ତାହରେ ସେ ଅନୁଗୋଳ ଆସି ଦୋକାନୀ ମାନଙ୍କ ଜିନିଷ ବାବଦକୁ ଠାରୁ ଟଙ୍କା ସଂଗ୍ରହ କରି ନିଅନ୍ତି । ଆଜି ମଧ୍ୟ ସେ ଅନୁଗୋଳ ଆସି ଟଙ୍କା ସଂଗ୍ରହ କରି ନିଜ ଭ୍ୟାନିଟି ବ୍ୟାଗରେ ରଖି ବସଷ୍ଟାଣ୍ଡ ଅଞ୍ଚଳକୁ ଆସିଥିଲେ । ଏଠାରେ ସେ ଏକ ହୋଟେଲ ସମ୍ମୁଖରେ ଗାଡି ରଖି ଏକ ବରଗଛ ମୂଳରେ ବସିଥିଲେ । ଏତିକି ବେଳେ ଜଣେ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ କିଛି ସ୍ପ୍ରେ କରିଥିଲା । ଏହାପରେ ଅଂଶୁ ସାମାନ୍ୟ ଅନ୍ୟମନସ୍କ ହେଉ ହେଉ ଦୁର୍ବୃତ୍ତ ଜଣଙ୍କ ତାଙ୍କ ଭ୍ୟାନିଟି ବ୍ୟାଗ ଛଡାଇ ନେଇ ଅନୁଗୋଳ ବାଳିକା ବିଦ୍ୟାଳୟ ଆଡକୁ ଦୌଡ଼ି ପଳାଇଥିଲା । ମହିଳା ଜଣଙ୍କ ପାଟି କରି ତାକୁ ଗୋଡ଼ାଇବା ବେଳେ ଏକ ଫାଷ୍ଟଫୁଡ଼ ଦୋକାନ ଆଗରେ ପୂର୍ବରୁ ଅପେକ୍ଷା କରିଥିବା ଅନ୍ୟ ଜଣେ ଯୁବକ ସହ ଦୁର୍ବୃତ୍ତ ମୋଟରସାଇକେଲରେ ବସି ଫେରାର ହୋଇ ଯାଇଥିଲା । ଏହା ପରେ ମହିଳା ଜଣଙ୍କ ପୁଲିସକୁ ସୂଚନା ଦେଇଥିଲେ । ଅନୁଗୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଛି । ତେବେ ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ପୁଲିସ କହିଛି । Advertisement
ଡ୍ୟୁଟି ଯାଉଥିବା ବେଳେ ଭୁଜାଲିରେ ଆକ୍ରମଣ – ଦୁଇ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟଙ୍କୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି…
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ତଦନ୍ତକରି ଜଣେ ଯୁବକକୁ ଗିରଫ କରି…
ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ବୁଦା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣେ…