ମୁଖ୍ୟ ଖବର ଟ୍ରକ ଧକ୍କାରେ ମୋଟରସାଇକେଲ ଆରୋହି ମୃତ Angul OnlineJune 6, 2023June 6, 2023 ପାଲଲହଡା – ଅନଗୋଳ ଜିଲ୍ଲା ପାଳଲହଡା ୧୪୯ ନମ୍ବର ଜାତୀୟ ରାଜପଥ ବାଇପାସ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆରୋହୀ ଗୁରୁତର ହୋଇଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ପାଲଲହଡା ଥାନା ସଇଡା ଗ୍ରାମର ପ୍ରକାଶ ନାଏକ ଓ ଗୁରୁତର ଯୁବକ ହେଲେ ସେହି ଗ୍ରାମର ଜଗନ୍ନାଥ ଖମଣିଆ । ଆହତଙ୍କୁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପାଲଲହଡା ପୁଲିସ ପହଞ୍ଚି ଦୁର୍ଘଟଣା ହୋଇଥିବା ଦୁଇ ଗାଡିକୁ ଜବତ କରିବା ସହ ମୃତ ଦେହ କୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି । Advertisement
ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ ….. ପାଲଲହଡ଼ା- ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ତାଙ୍କୁ , ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି…
ନିର୍ବାଚନ ପାଇଁ ୬ ଜଣ ଅତିରିକ୍ତ ଏସ୍ପି, ୧୧ ଜଣ ଡି.ଏସ୍.ପି ସହ ବ୍ୟାପକ ପୁଲିସ ବ୍ୟବସ୍ଥା ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ଅନୁଗୁଳ ଜିଲ୍ଲାରେ ୪ଟି ଷ୍ଟ୍ରଙ୍ଗରୁମ୍ କରାଯାଇଛି । ଏଠାରେ ଇଭିଏମ୍ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବ । ଏହାର ସୁରକ୍ଷା ପାଇଁ…
ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା-ଅଭିଯୁକ୍ତ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଶିଗଡ଼ ପଞ୍ଚାୟତର ନନ୍ଦିନୀପାଲି ଗାଁରେ ଗତ ଗୁରୁବାର ଅର୍ଥାତ ୨୦ ତାରିଖ ସନ୍ଧ୍ୟା ରେ ୩୨ ବର୍ଷୀୟ…