ମୁଖ୍ୟ ଖବର ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର Angul OnlineJune 6, 2023June 6, 2023 ଅନୁଗୋଳ: – ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ହମାମିରା ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣା ପଡ଼ିଛି । ମୃତକ ହେଲେ ହମାମିରା ଗ୍ରାମର ଚମ୍ପାବତୀ ସାହୁ ( ୬୫ବର୍ଷ ) ଓ ଆହତ ବ୍ୟକ୍ତି ହେଲେ ସେହି ଗାଁର ନେହେରୁ ସାହୁ (୬୦ବର୍ଷ) । ସୂଚନା ଅନୁଯାୟୀ ଉଭୟ ନିଜ ଘର ପଛ ଆମ୍ବତୋଟାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଚମ୍ପାବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ନେହେରୁ ସାହୁ ଆହତ ହୋଇଥିଲେ । ଗ୍ରାମର ଅନ୍ୟ କିଛି ଲୋକ ହାତୀ ଆକ୍ରମଣ କରିଥିବା ଜାଣିବାକୁ ପାଇବା ପରେ ମୃତ ବୃଦ୍ଧା ଓ ଗୁରୁତର ଆହତ ହୋଇଥିବା ବୃଦ୍ଧଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି । Advertisement
ସହିଦ ଦେବାଶିଷ ସେଠୀଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଦେଲା ସମ୍ବର୍ଦ୍ଧନା ଅନୁଗୁଳ – ମରୋଣତ୍ତର ଶୋର୍ଯ୍ୟ ଚକ୍ର ପୁରସ୍କୃତ ଦେବାଶିଷ ସେଠୀଙ୍କ ପରିବାରକୁ ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି । ମାଓବାଦୀଙ୍କ ସହ ଲଢେ଼ଇ କରି…
ଟ୍ରକ ଧକ୍କାରେ ମହିଳା ମୃତ ଅନୁଗୋଳ – ଅନୁଗୋଳ ସହର ଦେଇ ଯାଇଥୁବା ୫୫ ନମ୍ବର ଜାତୀୟ ରାଜପଥର ବୁଢ଼ୀ ଠାକୁରାଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ …
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…