ମୁଖ୍ୟ ଖବର ଅଂଶୁଘାତରେ ମୃତ୍ୟୁ ସନ୍ଦେହ Angul OnlineJune 7, 2023June 7, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ମହିଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କୁମୁରିସିଂହା , ବଡ଼ବାହାଳ ଅଞ୍ଚଳର ୪୨ ବର୍ଷୀୟ ପ୍ରଦ୍ୟୁମ୍ନ ସ୍ୱାଇଁ । ସୂଚନା ଅନୁସାରେ ପ୍ରଦ୍ୟୁମ୍ନ ମହିଧରପୁରରେ ରହୁଥିବା ତାଙ୍କ ଝିଆରୀ ଘରକୁ ଯାଇଥିଲେ । ସେଠାରୁ ସେ ଘରକୁ ଆସିବା ପାଇଁ ମହିଧରପୁର ଛକ ନିକଟରେ ସକାଳ ୯ ଟା ବେଳେ ବସକୁ ଅପେକ୍ଷା କରିଥିଲେ । ତେବେ ଆଜି ଜିଲ୍ଲାରେ ତାପମାତ୍ରା ଅଧିକ ଥିବା ବେଳେ ଖରାର ପ୍ରକୋପ ସହି ନ ପାରି ସେ ସେଠାରେ ଚେତାଶୂନ୍ୟ ହୋଇ ପଡି ଯାଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି । Advertisement
ଦୂର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ଗ୍ରାମ୍ୟ ରାସ୍ତାରେ ଟ୍ରକ ଧକ୍କାରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।…
ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ବାଛୁରୀ – ଚିକିତ୍ସା ଯୋଗାଇ ଦେବାକୁ ନିବେଦନ ଅନୁଗୁଳ – ଚିକିତ୍ସା ପାଇଁ ଗୁହାରି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ବାଛୁରୀ । କଥା ଟା ଟିକେ ଅଡ଼ୁଆ ଲାଗିଲେ ବି ସତ । ଏଭଳି…
ପ୍ରାତଃ ଭ୍ରମଣ କରୁଥିବା ବେଳେ ଗାଡି ଧକ୍କାରେ ଦୁଇ ମୃତ ପାଲଲହଡା – ଜାତୀୟ ରାଜପଥ କଡରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଅଜଣା ଗାଡି ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି I ଆଜି(ରବିବାର୍)…