ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ


ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ବିଦ୍ୟୁତ ବିଭାଗ ଏକ ପ୍ରକାର ଅକାମି ହୋଇପଡିଛି । ବାରମ୍ବାର ଆଘୋଷିତ ବିଦ୍ୟୁତ କାଟ ସହିତ ଲୋ ଭୋଲ୍ଟେଜ ପାଇଁ ଅଞ୍ଚଳ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଥିବା ବେଳେ ଏହି ସମୟରେ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଯେଉଁଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ବିଦ୍ୟୁତ ଗ୍ରାହକଙ୍କ ଠାରୁ ବିଦ୍ୟୁତ ବିଭାଗ ଅଧିକ ବିଲ ଆଦାୟ କରୁଥିବା ଅଭିଯୋଗ ହେଉଛି । ଦେୟ ନଦେଲେ ନାଲି ଆଖି ଦେଖାଇ ବିଦ୍ୟୁତ କାଟି ଦିଆଯାଉଛି ।ଏହାର ପ୍ରତିବାଦରେ ଆଜି ପାଲଲହଡା ନାଗରିକ ମଞ୍ଚ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ୬ ଘଣ୍ଟିଆ ଧାରଣା ଦିଆଯାଇଥିଲା । ତୁରନ୍ତ ବିଦ୍ୟୁତ ବିଭ୍ରାଟର ସମାଧାନ ସାଙ୍ଗକୁ ଖାଉଟିଙ୍କୁ ଶୋଷଣ ବନ୍ଦ କରିବା ଆଦି ଦାବି ନେଇ ସକାଳ ୭ ଟାରୁ ଦିନ ୧୨ ଟା ଯାଏ ଧାରଣା ଦିଆଯାଇଥିଲା । ଟି ପି ସି ଓ ଡି ଏଲ୍ ର ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପଟେଲ ଘଟଣା ସ୍ଥଳକୁ ପହଞ୍ଚି ସମସ୍ୟା ଉପରେ ଆଲୋଚନା କରିଥଲେ ଏବଂ ଶୀଘ୍ର ସମାଧାନର ପ୍ରତିଶୃତି ଦେଇଥିଲେ । ଏହି ସମସ୍ୟାର ସମାଧାନ ନ କରାଗଲେ ଆଗାମୀ ଦିନରେ ପାଲଲହଡା ବନ୍ଦ ସହ ବିଦ୍ୟୁତ ବିଭାଗକୁ ଅଚଳ କରାଯିବ ବୋଲି ନାଗରିକ ମଞ୍ଚ ଚେତାବନୀ ଦେଇଛି । ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ପାଲଲହଡ଼ାର ନାଗରିକ ମାନେ ସହଯୋଗ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply