ମୁଖ୍ୟ ଖବର ସାଙ୍ଗ ବାପାଙ୍କ ମୃତ୍ୟୁରେ ସହାନୁଭୂତି ଜଣାଇବାକୁ ଯିବା ବେଳେ ଚାପିଦେଲା ଟ୍ରକ Angul OnlineJune 10, 2023June 10, 2023 ଅନୁଗୋଳ – ସାଙ୍ଗର ବାପାଙ୍କ ମୃତ୍ୟୁର ଦୁଃଖ ସମୟରେ ସାଙ୍ଗକୁ ସହାନୁଭୂତି ଜଣାଇବାକୁ ଯାଉଥିଲେ । କିନ୍ତୁ ରାସ୍ତାରେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଗଲା । ଖନ୍ଦାନାଳୀ ନିକଟରେ ଦୁର୍ଘଟଣାରେ ଅକେଶ ପାଣ୍ଡେ ନାମକ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଅକେଶଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସେ ଅନୁଗୋଳର ତୁରଙ୍ଗରେ ପରିବାର ସହ ବାସ କରନ୍ତି । ସୂଚନା ଅନୁସାରେ ମୃତ ଅକେଶଙ୍କର ମହିଧରପୁର , ଝାଡ଼ବେଢ଼ା ଗାଁର ଜଣେ ସାଙ୍ଗଙ୍କ ବାପାଙ୍କର ଶୁକ୍ରବାର ଦେହାନ୍ତ ହୋଇଥିଲା । ଏହି ଖବର ପାଇ ସେ ସାଙ୍ଗମାନଙ୍କ ସହ ମିଶି ଝାଡ଼ବେଢ଼ାକୁ ଯାଉଥିଲେ । ତେବେ ଖନ୍ଦାନାଳୀ ନିକଟରେ ଅକେଶଙ୍କ ଗାଡି ଦୁର୍ଘଟଣା ହୋଇଥିଲା । ସେ ମୋଟରସାଇକେଲରେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇଓ୍ବା (ନଂ ଓଡ଼ି ୩୫ ଜି ୫୧୪୬) ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ଅକେଶଙ୍କ ମୋଟରସାଇକେଲରୁ ଛିଟିକି ପଡ଼ିବା ପରେ ତାଙ୍କ ମୁଣ୍ଡ ଉପରେ ହାଇୱା ଗାଡ଼ି ମାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ପ୍ରତିବାଦ କରିଥିଲେ । ଉକ୍ତ ସ୍ଥାନର ଉଭୟ ପଟରେ ହମ୍ପସ ନିର୍ମାଣ ସହ ବ୍ଲାକ ସ୍ପଟ ଫଳକ ଲଗାଇବାକୁ ମଧ୍ୟ ସ୍ଥାନୀୟ ଲୋକ ଦାବି କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ପୋଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଥିବାବେଳେ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ ହାଇୱା ଡ୍ରାଇଭର ହରିବେରିଣୀ ଅଞ୍ଚଳର ସଞ୍ଚୟ ସାହୁଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । Advertisement
ଜମିବିକ୍ରି ବେଳେ ଉତ୍ତରାଧିକାରୀ ପ୍ରମାଣପତ୍ର ଜାଲିଆତି – ୫ଜଣଙ୍କ ନାମରେ ମାମଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲରେ ଉତ୍ତରାଧିକାରୀ ପ୍ରମାଣପତ୍ରରେ ଜାଲିଆତି ଅଭିଯୋଗ । ଏ ନେଇ ଆଜି(ଶୁକ୍ରବାର) ଛେଣ୍ଡିପଦା ତହସିଲଦାର ଥାନାରେ ଜଣାଇବା ପରେ ପୁଲିସ…
ପାଗଳା କୁକୁର ଆତଙ୍କ – ୨୭ ରୁ ଉର୍ଦ୍ଧ ଗ୍ରାମବାସୀକୁ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ତଳଗଡ଼ ଗାଁରେ ପାଗଳା କୁକୁର ଆତଙ୍କ । ଏହି ପାଗଳା କୁକୁର ଗାଁର ୨୭ ରୁ ଉର୍ଦ୍ଧ ଲୋକଙ୍କୁ କାମୁଡି ଆହତ…
ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ…