ଅପରାଧ ୧୦୨ କେଜି ଗଞ୍ଜେଇ ଜବତ – ଉତ୍ତରପ୍ରଦେଶର ତିନି ଯୁବକ ଗିରଫ Angul OnlineJune 10, 2023June 10, 2023 ଅନୁଗୋଳ – ଅନୁଗୋଳ ଜିଲା ଅବକାରୀ ବିଭାଗ ଏକ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଚାଲାଣ କରୁଥିବା ଗାଡିକୁ ଜବତ କରିଛି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଅନୁଗୋଳ ଓ ଆଠମଲ୍ଲିକ ର ଅବକାରୀ ବିଭାଗ ଜଗି ରହିଥିଲା । ଏହି ସମୟରେ ଏକ ବୋଲେରୋ ଗାଡ଼ିରେ ଉତ୍ତରପ୍ରଦେଶର ତିନି ଜଣ ଯୁବକ ଆସୁଥିବା ଦେଖି ଗାଡି ଅଟକାଇ ଜାଞ୍ଚ କରାଯାଇଥିଲା । ଜାଞ୍ଚ ବେଳେ ଗାଡିରୁ ୧୦୨ କେଜି ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୨୦ ହଜାର ଟଙ୍କା ହେବ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବାକାରୀ ବିଭାଗ ଉତ୍ତରପ୍ରଦେଶର ତିନି ଯୁବକଙ୍କୁ ଗିରଫ କରିବା ସହ ଏକ ବୋଲେରୋ ଗାଡିକୁ ଜବତ କରିଛି । ଗିରଫ ତିନି ଜଣ ଉତ୍ତରପ୍ରଦେଶର ସଂଦିପ ଗୁପ୍ତା , ମନୋଜ ମାଲଭିଆ ଓ ରାଧେଶ୍ଯାମ ଚୌହାନ । ସେମାନେ ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ଉତ୍ତରପ୍ରଦେଶ କୁ ଚାଲାଣ କରୁଥିବା ଅବକାରୀ ବିଭାଗ ଜାଣିବାକୁ ପାଇଛି । Advertisement
ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରୁ ଲୁଟ ଉଦ୍ୟମ – ଲୁଟେରାଙ୍କ ଆକ୍ରମଣରେ ଜଣେ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ୪ ଜଣ ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟ ବଶତଃ ଏଥିରେ ବିଫଳ ହୋଇଛନ୍ତି ।…
ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା…
ପିଲା ଚୋର ସନ୍ଦେହରେ ପୁଲିସକୁ ମାଡ – ଗାଁରେ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗାଁରେ ଆଜି ଏକ ଅସ୍ଵାବାଭିକ ପରିସ୍ଥିତି ସୃଷ୍ଟି ହୋଇଛି । ଚୋର ଧରିବାକୁ ପୁଲିସ ସାଧା ପୋଷାକରେ…