ବିଜେପି ନେତା ସଂଗ୍ରାମ ମହାପାତ୍ରଙ୍କ ନାକିଚିରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ବିଜେପି ନେତା ସଂଗ୍ରାମ ମହାପାତ୍ରଙ୍କ ନାକିଚିରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ

କିଶୋରନଗର – ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ନାକିଚି ଆମ୍ବତଟା ଠାରେ ମୋଦି ଜି ଙ୍କର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ବ୍ୟାପି ଚାଲିଥିବା ମହା ଜନ ସଂପର୍କ ଅଭିଯାନ ଅବସରରେ ବିଜେପି ନେତା ସଂଗ୍ରାମ ମହାପାତ୍ରଙ୍କ ପକ୍ଷରୁ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ଜନ ସମ୍ପର୍କ ଅଭିଯାନ ରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରାୟ ୧୦୦୦ ଲୋକ ଏକତ୍ରିତ ହୋଇଥିଲେ । ଉକ୍ତ ବୈଠକ ରେ ଶ୍ସଂଗ୍ରାମ ଯୋଗ ଦେଇ ଆଗାମୀ ୨୦୨୪ ନିର୍ବାଚନ ପାଇଁ ସମ୍ୟକ ପ୍ରସ୍ତୁତି କର୍ମୀଙ୍କ ସମ୍ମୁଖରେ ଆଲୋଚନା କରିଥିଲେ । କିଭଳି ନିର୍ବାଚନ ମଇଦାନକୁ ସାମ୍ନା କରିବେ ସେ ନେଇ ଦଳୀୟ କର୍ମୀ ଏବଂ ଜନ ସାଧାରଣ ଙ୍କ ଠାରୁ ପରାମର୍ଶ ଲୋଡ଼ିଥିଲେ । ଏବଂ ଆଗାମୀ ୧ ମାସ ମଧ୍ୟରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତକୁ ଜନ ସମ୍ପର୍କ ଯାତ୍ରା କରିବେ ବୋଲି ସଂଗ୍ରାମ ମହାପାତ୍ର ସୂଚନା ଦେଇଛନ୍ତି । ଆଗାମୀ ନିର୍ବାଚନ ପାଇଁ ମୁଁ ବେଶ ପ୍ରସ୍ତୁତ ଥିବା ସହିତ ଅପ୍ରାଣ ଚେଷ୍ଟା କରି ଆଠମଲ୍ଲିକ ବାସୀଙ୍କ ପାଇଁ ଲଢ଼ିବି ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଛନ୍ତି । ଶ୍ରୀ ମହାପାତ୍ର ମା ମାହେଶ୍ୱରୀଙ୍କର ଶପଥ ନେଇ ଆଠମଲ୍ଲିକର ଦର୍ଶନୀୟ ସ୍ଥାନ ବିକାଶ , ସ୍ୱାସ୍ଥ୍ୟ , ଶିକ୍ଷା , କୃଷି ତଥା ବିଭିର୍ଣ୍ଣ ପାରିପାର୍ଶ୍ଵିକ ଅସୁବିଧାର ଆସୁ ସମାଧାନ ବିଷୟରେ ଆଲୋକପାତ କଲେ । ଏଥିରେ ୫୦ ଉର୍ଦ୍ଧ ସକ୍ରିୟ କର୍ମୀ ବିଜେଡି ଛାଡି ପ୍ରଧାନ ମନ୍ତ୍ରୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗଦାନ କରିଥିଲେ ।ଏଥିରେ ନାକିଚି ମଣ୍ଡଳ ପୂର୍ବତନ ସଭାପତି ସତ୍ୟନାରାୟ ପ୍ରଧାନ , ବିପିନି ପ୍ରଧାନ,ଠାକୁର ଗଢ଼ ଜୋନ ର ସାଧାରଣ ସମ୍ପାଦକ ମାନସ ସାହୁ,ପଙ୍କଜ ବେହେରା, NAC ମଣ୍ଡଳ ର ଉପସଭାପତି ରଙ୍କୁବାଳା ମାହାର, କିଶୋରନଗର ଜୋନର ଶରତ ସାହୁ,ଜିଲ୍ଲା ଯୁବ ମର୍ଚ୍ଚ ସଂଯଜକ ମହେଶ୍ୱର ଛତ୍ରୀୟା, ଫନିଦ୍ର, ଦେହୁରୀ, ବସନ୍ତ ରାଉଳ, ସରଜ ପ୍ରଧାନ, ନରେନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ମାଝୀ, ପ୍ରଶ୍ନ ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ବବଲୁ ସାମଲ,ପ୍ରମୁଖ ସହଜଗ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply