ଅପରାଧ ବିପୁଳ ପରିମାଣର ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଏସ.ଟି.ଏଫ Angul OnlineJune 12, 2023June 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଏସ.ଟି.ଏଫ. ଚଢ଼ାଉ କରି ୧୬୧ କେଜି ଗଞ୍ଜେଇ ଜବତ କରିବା ସହ ବେଆଇନ ଗଞ୍ଜେଇ ମହଜୁଦ ରଖିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆଠମଲ୍ଲିକ ଚନ୍ଦ୍ରପୁର ଗାଁର ସଂକୀର୍ତ୍ତନ ଉର୍ମାଙ୍କ ପୁଅ ଶର୍ମିତ ଉର୍ମା , ମାଧପୁରର ସୁରେଶ ବେହେରାଙ୍କ ପୁଅ ରୋହିତ ବେହେରା ଓ ରାଉତପଡା ଗାଁର ଘନଶ୍ୟାମ ଦିପଙ୍କ ପୁଅ ସୁନୀଲ ଦିପ । ସୂଚନା ଅନୁସାରେ ଏଜି ତିନି ଜଣ ଆଠମଲ୍ଲିକ ଚନ୍ଦ୍ରପୁର ଠାରେ ଗଞ୍ଜେଇ ମହଜୁଦ ରଖିଥିବା ଏସ.ଟି.ଏଫ.କୁ ଖବର ମିଳିଥିଲା । ଆଉ ଏଥିପାଇଁ ଏସ.ଟି.ଏଫ. ଅନୁଗୋଳ ପୁଲିସ ସହାୟତାରେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିବାକୁ ସକ୍ଷମ ହୋଇଥିଲା । ଆଠମଲ୍ଲିକ ଥାନାରେ କେସ ନମ୍ବର ୧୮୧ ରେ ଏକ ମାମଲା ରୁଜୁ କରାଯାଇ ଉପରୋକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । Advertisement
ଡକାୟତି ଉଦ୍ୟମ ବେଳେ ପୁଲିସର ଚଢ଼ାଉ – ୫-ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି…
ସହର ଉପକଣ୍ଠରୁ ୧୦୦ କେଜି ଗଞ୍ଜେଇ ଜବତ – ୨ ଗିରଫ ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଧରା ପଡିଲେ ଦୁଇ ଗଞ୍ଜେଇ ବେପାରୀ । ସେମାନଙ୍କ ନିକଟରୁ…
ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନା ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଗତ ୧୮/୦୬/୨୦୨୦ ମସିହାରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ…