ଅପରାଧ ୧୭ ଗ୍ରାମ ବ୍ରାଉନସୁଗାର ଜବତ – ୫ ଗିରଫ Angul OnlineJune 12, 2023June 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସ ଆଜି ଦୁଇଟି ଭିନ୍ନ ଭିନ୍ନ ଜାଗାରୁ ପ୍ରାୟ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନୁଗୋଳ ପୁଲିସ ବ୍ରାଉନ୍ସୁଗାର ନେଇ ଯାଉଥିବା ୩ ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କୁ ବିକିଥିବା କୁମଣ୍ଡର ଦିବ୍ୟରଂଜନ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି । ସୂଚନା ଅନୁସାରେ, ଶୁଖୁଆ ସାହିର ଫିରୋଜ ବେଗ, ସରିଫ ବେଗ ଓ ସତ୍ୟରଂଜନ ସାହୁ କୁମଣ୍ଡର ଦିବ୍ୟଙ୍କ ପାଖରୁ ବ୍ରାଉନ୍ସୁଗାର ନେଇ ଏକ ମୋଟରସାଇକେଲରେ ଆସୁଥିବାବେଳେ ପୁଲିସ ଚଢ଼ଉ କରିଥିଲା । ସେମାନଙ୍କ ପାଖରୁ ୬ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା । ପରେ ପୁଲିସ ଏମାନଙ୍କୁ ପଚରାଉଚରା କରି କୁମଣ୍ଡ ଗାଁର ଦିବ୍ୟରଞ୍ଜନ ଠାରୁ ଏହି ବ୍ରାଉନସୁଗାର ଆଣିଥିବା ଜାଣି ତାକୁ ମଧ୍ୟ ଗିରଫ କରିଥିଲା । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଏହି ୩ ଜଣଙ୍କ ସମେତ ଦିବ୍ୟଙ୍କୁ ଗିରଫ କରିଛି । ସେହିଭଳି ତାଳଚେର କୋଳିୟାରୀ ଥାନା ପୁଲିସ ବ୍ରାଉନସୁଗାର ବିକ୍ରି କରିବାକୁ ନେଉଥିବା ବେଳେ ତାଳଚେର ନରହରିପୁରର ଅଜୟ ନାଏକକୁ ଗିରଫ କରିଥିବା ବେଳେ ତା ନିକଟରୁ ୧୧.୩୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସେ ଏହି ବ୍ରାଉନସୁଗାର ବିକ୍ରି କରି ନେଉଥିବା ଖବର ପାଇ ପୁଲିସ ଲିଙ୍ଗରାଜ ଖଣି ରାସ୍ତାରେ ଜଗି ରହିଥିଲା । ଅଜୟ ସେହି ରାସ୍ତାରେ ଆସୁଥିବା ବେଳେ ତାକୁ ପୁଲିସ ଅଟକାଇ ଜାଞ୍ଚ କରିବା ବେଳେ ତା ନିକଟରୁ ଏହି ବ୍ରାଉନସୁଗାର ଜବତ ହୋଇଥିଲା । ଏହା ସହ ସେ ବ୍ୟବହାର କରୁଥିବା ଏକ ହିରୋ ହୋଣ୍ଡା ମୋଟରସାଇକେଲ ସମେତ ଏକ ମୋବାଇଲ ଓ ୯୦୦ ଟଙ୍କା ମଧ୍ୟ ଜବତ କରାଯାଇଛି । Advertisement
ସାଇବର ଲୁଟେରାଙ୍କ ଟାର୍ଗେଟରେ ପୂର୍ବତନ ଏଲ୍ଆଇସି କର୍ମଚାରୀ – ଲୁଟିନେଲେ ୨ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ସାଇବର ଲୁଟେରାଙ୍କ ଠକାମିର ଶିକାର ହୋଇଛନ୍ତି ଜଣେ ପୂର୍ବତନ ଏଲ୍ଆଇସି କର୍ମଚାରୀ । ଲୁଟେରା ମାନେ ତାଙ୍କୁ କବଜା କରି…
ପୂଜା ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ତିନି ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗାଁରେ କାଳୀପୂଜା ପାଇଁ ବିଭିନ୍ନ ଯାନବାହାନରୁ ବେଆଇନ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୩…
ଜିଅନ୍ତା ଜାଳିଥିଲା , ନିଜେ ଜିଅନ୍ତା ଜଳି ମଲା – ଜନ୍ମ କଲା ମା ଓ ରକ୍ତ ସମ୍ପର୍କ ଭାଇ ଓ ଭଉଣୀ ଜାଳି ମାରିଦେଲେ ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କଦଳୀମୁଣ୍ଡା ଗାଁରେ ବିଚ ରାସ୍ତାରେ ଯୁବକକୁ ବାନ୍ଧିଦେଲେ ଆଉ ତାପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ତା…