ଆଞ୍ଚଳିକ ଟ୍ରକ ଧକ୍କାରେ ଜଣେ ମୃତ Angul OnlineJune 14, 2023June 14, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ନାଲକୋନଗର ଥାନା କୁରୁଡୁଲୁ ଗାଁରେ ଟ୍ରକ ଧକ୍କାରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁରୁଡୁଲୁ ଗାଁର ୭୫ ବର୍ଷୀୟ କହ୍ନେଇ ସାହୁ । ସୂଚନା ଅନୁସାରେ ସକାଳ ପ୍ରାୟ ୧୦ ଟା ବେଳେ କହ୍ନେଇ ଗାଁର ମାଟିଗାଡ଼ିଆ ସାହିକୁ ସାଇକେଲରେ ଦହି ଆଣିବାକୁ ଯାଉଥିଲେ । ତେବେ ରାସ୍ତାରେ ଏକ ଟ୍ରକ ( ବିଆର ୦୬ ଜିଏ ୩୪୨୨) ତାଙ୍କୁ ପଛରୁ ଧକ୍କା ଦେଇଥିଲା । କହ୍ନେଇ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । ତେବେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ କହ୍ନେଇ ଅନୁଗୋଳ ସାଇବର ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଅଶ୍ୱନୀ ସାହୁଙ୍କ ବାପା ବୋଲି ଜଣା ପଡ଼ିଛି । Advertisement
ରାଜ୍ୟ ବାର କାଉନସିଲ ନିର୍ବାଚନ – ସୀତାଂଶୁ ମୋହନ ଦ୍ୱିବେଦୀ ନିର୍ବାଚିତ ଅନୁଗୋଳ – ରାଜ୍ୟ ବାର କାଉନସିଲ ନିର୍ବାଚନ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ୧୫.୦୪.୨୦୨୩ ତାରିଖରେ ସମାପନ ହୋଇଛି । ଯେଉଁଥିରେ କି ୯୬ ଜଣ…
ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଅନୁଗୁଳ – ଶିକ୍ଷକ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ। ଶିକ୍ଷାଦାନ କରି କେତେ ଯେ ମଣିଷକୁ ଗଢ଼ିଥାନ୍ତି ତାହା ତୁଳନା ନାହିଁ।ତେବେ ସେଇଭଳି ଜଣେ ଅନନ୍ୟ ପ୍ରତିଭାର…
ପିଟିସିର ୮୬ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ କଲେ ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଟ୍ରେନିଂ କଲେଜ ନିର୍ମାଣ ହେବାର ୮୬ ବର୍ଷ ପୂର୍ତ୍ତି ହୋଇଛି । ୧୯୨୭ ମସିହାରେ ନିର୍ମାଣ ହୋଇଥିବା ଏହି କଲେଜ…