ଅପରାଧ ପୁଲିସ ପରିଚୟ ଦେଇ ଚାନ୍ଦା ଆଦାୟ ବେଳେ ଯୁବକଙ୍କୁ କାବୁ କଲେ ଲୋକେ Angul OnlineJune 17, 2023June 17, 2023 ଅନୁଗୋଳ – ନିଜକୁ ପୁଲିସ ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିଲା ଯୁବକ । ସ୍ଥାନୀୟ ଲୋକ ଜାଣି ପାରି ପୁଲିସର ଜିମା ଦେଲେ ଠକକୁ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ ବଅଁରପାଳରେ ଜଣେ ଯୁବକ ଗାଡି ଚାଳକ ଓ ଜନସାଧାରଣଙ୍କୁ ନିଜକୁ ପୁଲିସ ଏସ.ଆଇ. ପରିଚୟ ଦେଇ ଧମକ ଦେଉଥିଲା । ଏହି ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସନ୍ଦେହ ହୋଇଥିଲା । ସନ୍ଦେହ ହେବାରୁ ସ୍ଥାନୀୟ ଲୋକ ଯୁବକଙ୍କୁ ଘେରି ଯାଇ ପରିଚୟପତ୍ର ମାଗିଥିଲେ । ତେବେ ଯୁବକ ଜଣଙ୍କ ପରିଚୟପତ୍ର ଦେଖାଇ ପାରି ନଥିବା ବେଳେ ପୁଲିସ କର୍ମଚାରୀ ନୁହଁ ବୋଲି ମାନି ଯାଇଥିଲେ । ଫଳରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ପରେ ବଅଁରପାଳ ପୁଲିସ ପହଞ୍ଚି ଯୁବକକୁ ଥାନାକୁ ନେଇଥିଲେ । ତେବେ ପରେ ଯୁବକ ଜଣଙ୍କୁ ଥାନାରେ ଚେତାବନୀ ଦେଇ ଛାଡି ଦେଇଥିବା ଜଣା ପଡ଼ିଛି । ଏ ସମ୍ପର୍କରେ କେହି ଅଭିଯୋଗ ନକରିବାରୁ ପୁଲିସ ଅଭିଯୁକ୍ତର ପରିବାର ଲୋକଙ୍କୁ ଡକାଇ ଥାନାରେ ଏକ ଲିଖିତ ଚୁକ୍ତିନାମା ଦେବା ପରେ ପରିବାରଙ୍କୁ ହସ୍ତାନ୍ତର କରିଛି । Advertisement
ମା ସାଜିଲା ହତ୍ଯାକାରୀ – ଜମଜ ଶିଶୁଙ୍କୁ କଲା ହତ୍ଯା ଅନୁଗୁଳ – ନିଜ ଛୁଆଙ୍କୁ ନିଜ ହାତରେ ଟେକି ନେଇ କୂଅରେ ପକାଇ ମାରିଲା ମାଆ । ନିଜ ହାତରେ ନିଜ ଦୁଇ କଅଁଳା ଶିଶୁଙ୍କୁ କଲା…
ପୁଅର ମୁଥ ମାଡରେ ମା’ର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ…
ଦେହ ବ୍ୟବସାୟ ସନ୍ଦେହରେ ପୁଲିସର ଚଢ଼ାଉ – ୨ ଅଟକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା ଇନ୍ଦ୍ରହରି ନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ଦେହ…