ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ, ଗାଁର ଜଗତାନନ୍ଦ ସାହୁଙ୍କ ପୁଅ ଶିବାଶିଷ ସାହୁ(୨୬) ଶୁକ୍ରବାର ରାତିରେ ଘରେ ଖାଇ ରାତି ୧୦ଟାରେ ଘରୁ ବାହାରକୁ ଯାଇଥିଲେ। ତେବେ ସେ ରାତିରେ ଘରକୁ ଫେରିନଥିଲେ। ତେବେ ଶନିବାର ସକାଳେ ଗାଁ ମୁଣ୍ଡରେ ଥିବା ସମାକୁଇ ଆମ୍ବ ବଗିଚାରେ ଶିବାଶିଷଙ୍କ ଶବ ବେକରେ ଏକ ରଶିରେ ଫାଶୀ ଲାଗିଥିବା ଝୁଲନ୍ତା ଅବସ୍ଥାରେ ଗାଁ ଲୋକମାନେ ଦେଖିବାକୁ ପାଇଥିଲେ । ଏ ନେଇ ଶିବାଶିଷଙ୍କ ପରିବାକୁ ଜଣାଇଥିଲେ । ପରିବାର ତରଫରୁ ପୁଲିସକୁ ଖବର ଦେବାପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବତକରି ବ୍ୟବଛେଦପରେ ପରିବାରକୁ ହସ୍ତାନ୍ତର କରିଛି । ଏଥିସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

What’s your Reaction?
+1
0
+1
0
+1
0
+1
0
+1
1
+1
1
+1
1

Leave a Reply