ଖେଳ ଓ ଖେଳାଳି ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଲେ ଜିଲ୍ଲାର ଦୁଇ କ୍ରିଡାବିଦ୍ Angul OnlineJune 25, 2023June 25, 2023 ଅନୁଗୋଳ – ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ଚମକିଛନ୍ତି ଅନୁଗୋଳ ଦୁଇ ଜଣ କ୍ରିଡାବିଦ୍ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ସ୍ବାଧୀନ ମାଝୀ ଉଚ୍ଚ ଡିଆଁରେ ୨.୧୨ ମିଟରର ପ୍ରଦର୍ଶନ ଦେଇ ରାଜ୍ୟରେ ନୂତନ ରେକର୍ଡ କରିଛନ୍ତି । କିଟ୍ ବିଶ୍ବବିଦ୍ୟାଳୟ ପଡ଼ିଆରେ ଓଡିଶା ରାଜ୍ଯ ଆଥେଲେଟିକ୍ସ ମିଟ୍ ରେ ସେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୨.୦୮ ମିଟର । ସେହିଭଳି ଅନୁଗୋଳ ଜିଲ୍ଲାର ଦୂର୍ଗା ଚରଣ କିଶକୁ ପୁରୁଷ ବିଭାଗ ପୋଲ ଭଲଟ୍ ରେ ୩.୭୦ ମିଟର ଲମ୍ଫ ପ୍ରଦାନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଉଭୟ ଖେଳାଳି ଭୁବନେଶ୍ୱରର ରିଲାଏନ୍ସ ଫାଉଣ୍ଡେସନ ସହାୟତାରେ ତାଲିମ ନେଉଛନ୍ତି । Advertisement
କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜେ.ଏସ.ପି.କୁ ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ ଭୁବନେଶ୍ୱର – କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪…
ଗଣପତ କପ୍ କ୍ରିକେଟ୍ – ମୁନ୍ ଏକାଦଶ ବିଜୟୀ ଅନୁଗୋଳ – ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି । ଅନୁଗୋଳ ଫାଇଟର୍ସକୁ ହରାଇ ମୁନ୍…
ଖେଳୁଥିବା ବେଳେ ଟଳି ପଡିଲେ ଯୁବକ ତାଳଚେର – ଖେଳୁଥିବା ବେଳେ ଚାଲିଗଲା ଜୀବନ । ଖେଳୁ ଖେଳୁ ପଡ଼ିଆରେ ଟଳି ପଡିଲେ ଯୁବକ । ଏଭଳି ଘଟଣା ଘଟିଛି ତାଳଚେର TTPS ଠାରେ…