ଆଞ୍ଚଳିକ ବର୍ଷାରେ ବେହାଲ ଅନୁଗୋଳ Angul OnlineJune 25, 2023June 25, 2023 ଅନୁଗୋଳ – ଜାତୀୟ ରାଜପଥ ରେ ଲହଡି ମାରୁଛି ପାଣି , ଘର ଭିତରେ ଆଣ୍ଠୁଏ ପାଣି , ଗାଡି ପାଣିରେ ଭାସୁଛି । ଦୁଇଦିନ ଲଗାଣ ବର୍ଷାରେ ଏଭଳି ବେହାଲ ହୋଇ ଯାଇଛି ଅନୁଗୋଳ ଓ ଏହାର ଆଖପାଖ ଅଞ୍ଚଳ । ମୌସୁମୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଛି । ଏହି ବର୍ଷା ଫଳରେ ଅନୁଗୋଳ ତୁରଙ୍ଗ ଅଞ୍ଚଳରେ ଜାତୀୟ ରାଜପଥରେ ପାଣି ନିଷ୍କାସନ ହୋଇ ନପାରି ରାସ୍ତାରେ ପାଣି ଭରି ରହିଛି । ଫଳରେ ଗାଡି ମୋଟର ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଅନୁଗୋଳ ସହର ଗାନ୍ଧିମାର୍ଗ ଠାରୁ ବଜାର ଛକ ପର୍ଯ୍ୟନ୍ତ ରାସ୍ତାରେ ଦୁଇ ଫୁଟ ଉଚ୍ଚତାରେ ପାଣି ପ୍ରଭାବିତ ହୋଇଥିଲା । ଯାହା ଫଳରେ ସ୍ଥାନୀୟ ବାସିନ୍ଦା , ଦୋକାନୀ ଓ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ଅସୁବିଧା ଭୋଗିଥିଲେ । ସେହିଭଳି ଭରତନଗର , ବ୍ରାହ୍ମଣୀଦେଇପଡା ଆଦି ଜଳମଗ୍ନ ହେବା ଫଳରେ ଘର ଭିତରେ ପାଣି ପଶି ଯାଇଥିଲା । ଅନୁଗୋଳ ସହର ନିକଟସ୍ଥ ଏକ ଘରୋଇ ଷ୍ଟିଲ ପ୍ଲାଣ୍ଟ ମଧ୍ୟ ଏହି ବର୍ଷା ପ୍ରଭାବରେ ପ୍ରଭାବିତ ହୋଇଥିଲା । ପ୍ଲାଣ୍ଟର ଏକ ବଡ଼ ବ୍ରାଉଣ୍ଡରୀ ଭୁଶୁଡି ପଡିଥିବା ଜଣା ପଡ଼ିଛି । ପ୍ରାୟ ଅଞ୍ଚଳ ଜଳମଗ୍ନ ହୋଇଥିବା ଯୋଗୁଁ ଅନେକ ଗୁଡିଏ ମୋଟରସାଇକେଲ , କାର ଆଦି ପାଣିରେ ବୁଡି ରହିଛି । Advertisement
ମଦମୁକ୍ତ ଓଡିଶା ଘୋଷଣା ଦାବିରେ ପ୍ରଭାତ ଫେରୀ ଅନୁଗୁଳ – ଓଡ଼ିଶା ମଦମୁକ୍ତ ଯୁବ ବାହିନୀ ତରଫରୁ ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଅନୁଗୁଳ ଜିଲ୍ଲାରେ…
ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ – ବାଲେଶ୍ଵର ଜିଲା ବାହାନଗା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହି ରେଳ ସହ ଧକ୍କା ହେବା ଫଳରେ ଅନେକ ଲୋକଙ୍କ…
ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ ଅନୁଗୁଳ – ୧୭.୦୩.୨୦୨୫ ତାରିଖରେ ନାଲକୋ ଠିକାଦାର ସଂଘ ର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯକର୍ତ୍ତା…