ଆଞ୍ଚଳିକ ଶ୍ରୀଜୀଉଙ୍କ ପଦ୍ମମୁଖ ଦର୍ଶନ କଲେ ସାଂସଦ Angul OnlineFebruary 13, 2021February 13, 2021 ଅନୁଗୁଳ – ପବିତ୍ର ଶୁକ୍ଳ ଦ୍ଵିତୀୟା ତିଥିରେ ଶ୍ରୀଜୀଉ ମାନଙ୍କର ପଦ୍ମମୁଖ ବେଶ ଅନୁଗୁଳ ସ୍ଥିତ ଶୈଳଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ବେଶ ଦର୍ଶନ ନିମନ୍ତେ ସନ୍ଧ୍ୟା ସମୟରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଠିକ ସେହି ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ , ପୂର୍ବତନ ନଗରପାଳ ତଥା ସାଂସଦଙ୍କ ଅନଗୁଳ ପ୍ରତିନିଧି ଭକ୍ତି ପ୍ରସାଦ ଦାସ , ସାଂସଦଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର , ଅନୁଗୁଳ ବ୍ଲକ ଉପସଭାପତି ମମତା ପ୍ରଧାନ ପ୍ରମୁଖ ଶ୍ରୀ ଜୀଉଙ୍କ ପଦ୍ମ ମୁଖ ଦର୍ଶନ କରିଥିଲେ । ଏହା ସହ ମନ୍ଦିର ପରିଚାଳନା ସମିତିର ସମ୍ପାଦକ ହେମନ୍ତ କୁମାର ଦାଶଙ୍କ ସହିତ ମନ୍ଦିରର ସୁ ପରିଚାଳନା ଓ ବିଭିନ୍ନ ବିକାଶ ଜନିତ କାର୍ଯ୍ୟର ଦିଗରେ ଆଲୋଚନା କରିଥିଲେ । ମନ୍ଦିର ପରିଚାଳନା କମିଟି ତରଫରୁ ସାଂସଦଙ୍କୁ ଶ୍ରୀଜୀଉଙ୍କ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । Advertisement
ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ୨୨ ପରିବାର ଆଜି ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ୧୧ ନମ୍ବର…
ଲୋକାର୍ପଣ ହେଲା ଆଠ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ସଭାଘର ଅନୁଗୁଳ – ବହୁ ପ୍ରତିକ୍ଷିତ ସଭାଘର ଆଜି ଆନୁଷ୍ଠାନିକ ଭାବେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ଵାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ…
ଉପ ନିର୍ବାଚନ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀନୀ କଲେ ନାମାଙ୍କନ ପତ୍ର ଦାଖଲ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଉପ-ନିର୍ବାଚନ ହେବାକୁ ଅଛି । ଏଥିପାଇଁ ଆଜି (ସୋମବାର) ବିଜୁ ଜନତା ଦଳରେ…