ମୁଖ୍ୟ ଖବର ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର – ଗ୍ରାମବାସୀ ହେଲେ ଆଶ୍ବସ୍ତ Angul OnlineJuly 2, 2023July 2, 2023 ଅନୁଗୋଳ – ଗତ ଏକ ବର୍ଷ ହେବ, ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗ୍ରାମ ପୋଖରୀରେ ରହିଥିବା ଏକ କୁମ୍ଭୀରକୁ ଶେଷରେ ବନବିଭାଗ ଧରିବାରେ ହୋଇଛି ସକ୍ଷମ ।ଗତ ଏକବର୍ଷ ଧରି କୁମ୍ଭୀରକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏହାକୁ ନେଇ ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା ।କୁମ୍ଭୀରକୁ ଉଦ୍ଧାର କରିବାକୁ ନେଇ ଗ୍ରାମବାସୀ ଅଫିସ ଆଗରେ ବିକ୍ଷୋବ କରିଥିଲେ । ବନବିଭାଗ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି କୁମ୍ଭୀର ଉଦ୍ଧାର ନିମନ୍ତେ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ ଏ ନେଇ ବନବିଭାଗ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।ଆଉ ଆଜି ବନବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ କୁମ୍ଭୀର କାର୍ଯ୍ୟକ୍ରମ ।ଜାଲ ସାହାଯ୍ୟରେ ବନବିଭାଗ କୁମ୍ଭୀର ଧରିବାକୁ ପ୍ରାୟ ସକାଳ ୯ଟାରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ ।ଶେଷରେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲା । ପରେ କୁମ୍ଭୀରର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ମହାନଦୀର ସାତକୋଶିଆ ଗଣ୍ଡରେ ଛଡ଼ାଯିବା ପାଇଁ ନିଷ୍ପତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ପୁରୁଣାକୋଟ ବନାଞ୍ଚଳ ଅଧିକାରୀ । ଉଦ୍ଧାର କୁମ୍ଭୀର ମଗର ପ୍ରଜାତିର ହୋଇଥିବାବେଳେ ପୋଖରୀରେ ଅନ୍ୟ ଏକ କୁମ୍ଭୀର ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ତାକୁ ପୋଖରୀରୁ ଧରିବା ପାଇଁ ଦାବି କରିଛନ୍ତି । Advertisement
ଜବରଦଖଲ ଉଚ୍ଛେଦ ବେଳେ କାଳିସୀ ମାତିଲେ – ଫେରି ଆସିଲା ପ୍ରଶାସନ ଅନୁଗୁଳ – ମଙ୍ଗଳା ମନ୍ଦିର ଉଚ୍ଛେଦ କରିବାକୁ ଯାଇଥିଲେ ପ୍ରଶାସନ ଓ ପୁଲିସ । ହେଲେ କାଳିସୀ ମାତିଲେ । ଫଳରେ ପ୍ରଶାସନକୁ ବହୁ ସମୟ ଧରି…
ଚକାଡୋଳା ବର୍ତ୍ତନ ଭଣ୍ଡାରରେ ଜିଏସଟି ଚଢାଉ – ଦୋକାନ ଛାଡି ପଳାଇଲେ ମାଲିକ ଅନୁଗୁଳ – ଅନୁଗୁଳ ବଜାରରେ ଥିବା ଚକାଡୋଳା ବର୍ତ୍ତନ ଭଣ୍ଡାରରେ ଆଜି ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ ଅନୁଗୁଳ ପକ୍ଷରୁ ଚଢାଉ କରା ଯାଇଥିଲା । ଡେପୁଟି…
ମୋଟରସାଇକେଲ ଦୁର୍ଘଟଣାରେ ୨ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାର ଦୁଇଟ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନ ଯାଇଛି । ଜରପଡା ଥାନା ଓଗୀ-ଅନ୍ତୁଳିଆ ପୂର୍ତ୍ତ ବିଭାଗ ରାସ୍ତାର ଓଗୀ…