ମୁଖ୍ୟ ଖବର ଦୁଇ ଟ୍ରକ ମଝିରେ ଚାପି ହୋଇ ସ୍ୱାମୀ-ସ୍ତ୍ରୀ ମୃତ Angul OnlineJuly 2, 2023July 2, 2023 ଅନୁଗୋଳ – ଜାତୀୟ ରାଜପଥ ୫୫ ରେ ପୁଣି ଏକ ଦୁର୍ଘଟଣା ଘଟିଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଚାଲି ଯାଇଛି । ଦୁଇ ଟ୍ରକ ମଝିରେ ଚାପି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଏକ ମୋଟରସାଇକେଲରେ ଅନୁଗୋଳ ପଟରୁ ବଡକେରା ଆଡକୁ ଯାଉଥିଲେ । ତାଙ୍କ ଆଗରେ ଏକ ଟ୍ରକ ଥିବା ବେଳେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇ ଆଗରେ ଯାଉଥିବା ଟ୍ରକ ପଛରେ ବାଡେଇ ହୋଇଥିଲା । ଫଳରେ ଦୁଇ ଟ୍ରକ ମଝିରେ ଚାପି ହୋଇ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଅନୁଗୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଉଭୟ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ ବେହେରା ତାଙ୍କ ସ୍ତ୍ରୀ ମମତା ବେହେରା ବୋଲି ଜଣା ପଡିଛି । Advertisement
ବଜ୍ରପାତରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଲ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଅଞ୍ଚଳରେ ଆଜି ଅପରାହ୍ନରେ କାଳବାଇଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିବା ବେଳେ ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଛି…
କଣିହାଁ NTPC ରେ ଭୟାବହ ଅଗ୍ନିକାଣ୍ଡ ଅନୁଗୁଳ – ତାଳଚେର କଣିହାଁସ୍ଥିତ NTPC ରେ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା । କୋଇଲା ଡିପୋରୁ ପ୍ଲାଣ୍ଟ…
ନାଲକୋକୁ ପାଣି ଓ କୋଇଲା ଯୋଗାଣ ବନ୍ଦ କରିବାକୁ ଚେତାବନୀ ଅନୁଗୁଳ – ନାଲକୋ ଦ୍ବାରା କ୍ଷତିଗ୍ରସ୍ତ ୩ଟି ବିଧାନସଭା କ୍ଷେତ୍ର ତଥା ୩୯ଟି ଗ୍ରାମ ଏବଂ ନାଲକୋ ପ୍ରେରିତ ସ୍ପୋନସର୍ଡ ଆଇ.ଟି.ଆଇ ( ଏଲ୍.ଏ.ପି ) ୧୯୮…