ମୁଖ୍ୟ ଖବର ଛଅ ବର୍ଷରେ ଜାତୀୟ ରାଜପଥ ୫୫ରେ ଗଡ଼ିଲାଣି ୯୫୮ ମୁଣ୍ଡ – କେବେ ଚେତିବ ବିଭାଗ Angul OnlineJuly 3, 2023July 3, 2023 ଅନୁଗୋଳ -ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଏବେ ମରଣପଥ ପାଲଟିଛି । ଦୈନଦିନ ଏହି ରାଜପଥରେ ଦୁର୍ଘଟଣା ଯୋଗୁଁ ଜୀବନ ହାନୀ ହେଉଛି । ଜାତୀୟ ରାଜପଥ ୫୫ କଟକ ଓ ସମ୍ବଲପୁରକୁ ସଂଯୋଗ କରୁଥିବା ବେଳେ ଏହି ରାଜପଥ ୨୦୧୬-୧୭ ମସିହାରୁ ସମ୍ପ୍ରସାରଣ କାମ ଚାଲିଛି । ଯାହାକି ଆଜି ସରିବାର ନାଁ ନେଉ ନାହିଁ । ସେବେଠାରୁ ଏହି ରାଜପଥକୁ ମରାମତି ମଧ୍ୟ ଠିକ ଭାବରେ କରା ଯାଉ ନାହିଁ । ଯାହା ଫଳରେ ଏହି ରାଜପଥ ଏବେ ଯିବା ଆସିବା କରିବାରେ ଘାତକ ସାଜିଛି । ଏହି ରାଜପଥ ଉପରେ ପ୍ରତ୍ୟେକ ଦିନ ହଜାର ହଜାର ଭାରିଯାନ ସାଙ୍ଗକୁ ଅନେକ ଗାଡି ମୋଟର ଯିବା ଆସିବା କରେ । ହେଲେ ରାସ୍ତାର ଅବସ୍ଥା ଯୋଗୁଁ କେହି ନା କେହି ଦୁର୍ଘଟଣାର ସମ୍ମୁଖୀନ ହୁଏ । ଯଦି ହିସାବକୁ ନିଆଯାଏ ତେବେ ଗତ ୬ ବର୍ଷରେ ଏହି ରାଜପଥରେ ୧୯୭୧ ଟି ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୫୮୮ ଆହତ ହୋଇଥିବା ବେଳେ ୯୫୮ ଜଣଙ୍କ ଜୀବନ ଯାଇଛି । ହେଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି । ୨୦୧୭ ମସିହାରେ ଖୋଦ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ରାସ୍ତାର ଶୁଭ ଦେଇ ଯାଇଥିଲେ । ୨୦୧୮ ମସିହାରୁ ସମ୍ପ୍ରସାରଣ କାମ ଆରମ୍ଭ ହୋଇଥିଲା । ହେଲେ କାମ ବିଳମ୍ବ ପାଇଁ ବଢିଥିଲା ଦୁର୍ଘଟଣା । ଏହି ରାଜପଥରେ ୩ ବର୍ଷ ପୂର୍ବରୁ ୧୨ ଟି ବ୍ଲାକସ୍ପଟ ଚିହ୍ନଟ ହୋଇଥିଲା । ଯାହା ଏବେ ୩୯ କୁ ଛୁଇଁଲାଣି । ଏହି ରାଜପଥରେ ଭାରିଯାନ ଚଳାଚଳ ମଧ୍ୟ ବୃଦ୍ଧି ପାଇଛି । ୨୦୧୧ ମସିହାରେ ଦିନକୁ ୬ ହଜାର ଗାଡି ଚାଲୁଥିବା ଆକଳନ କରା ଯାଇଥିବା ବେଳେ ଏବେ ବୃଦ୍ଧି ପାଇ ୧୧ ହଜାରରେ ପହଞ୍ଚିଛି । ଯାହାକି ଏବେ ଅନୁଗୋଳବାସୀ ଓ ଏହି ରାଜପଥ ଦେଇ ଯିବା ଆସିବା କରୁଥିବା ଲୋକଙ୍କ ଚିନ୍ତା ବଢ଼େଇ ଦେଇଛି । ମନ୍ଥର ଗତିରେ ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଅନୁଗୋଳ ବାଇପାସ ରାସ୍ତା ନିର୍ମାଣ କାମ ମଧ୍ୟ ସଠିକ ଭାବରେ ହେଉନାହିଁ । ଯେଉଁଥିପାଇଁ ଅସନ୍ତୋଷ ବୃଦ୍ଧି ପାଉଛି । ଏପରିକି ଆନ୍ଦୋଳନକୁ ଲୋକ ଓଲ୍ହାଇବାର ଚେତାବନୀ ଦେଲେଣି । Advertisement
ତାଳଚେର ମେଡ଼ିକାଲ କଲେଜକୁ ଶୀଘ୍ର କାର୍ଯ୍ଯକ୍ଷମ କରିବା ଉପରେ ସରକାରଙ୍କ ପ୍ରାଥମିକତା ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଖୁବ୍…
ସ୍କୁଲରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଛାତ୍ରୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାରେ ଜଣେ ସ୍କୁଲ ଫେରନ୍ତା ଛାତ୍ରୀଙ୍କର ମୃତ୍ଯୁ ହୋଇଛି । ମୃତ ଛାତ୍ରୀ…
ବଦଳିଲେ ଥାନା ଅଧିକାରୀ ଏବଂ ସବ-ଇନ୍ସପେକ୍ଟର ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ଗତ ଦୁଇଦିନ ତଳେ ଜିଲ୍ଲାର ଇନ୍ସପେକ୍ଟର ଓ ସବ-ଇନ୍ସପେକ୍ଟର ସ୍ତରରେ ଅଦଳବଦଳ…