ଅଙ୍ଗନୱାଡି କେନ୍ଦ୍ର ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରଛାତ୍ରୀ ଓ ଦିଦି ଆହତ

ଅଙ୍ଗନୱାଡି କେନ୍ଦ୍ର ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରଛାତ୍ରୀ ଓ ଦିଦି ଆହତ

ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତ ଝିଲ୍ଲିମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ଏକ ଅଘଟଣ ଘଟି ଯାଇଛି  । ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନେ ଖାଉଥିବା ବେଳେ ଛାତରୁ ପ୍ଲାଷ୍ଟର ଖସିଛି । ଛାତରୁ ପ୍ଲାଷ୍ଟର ଖସିବା ଫଳରେ ୫ ଜଣ ଛାତ୍ରଛାତ୍ରୀ ଆହତ ହେବା ସହିତ ଅଙ୍ଗନୱାଡି କେନ୍ଦ୍ରର ଜଣେ ଦିଦି ମଧ୍ୟ ଆହତ ହୋଇଛନ୍ତି । ଆହତ ହେବା ପରେ ସମସ୍ତ ଆହତଙ୍କୁ ଠାକୁରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ଏହି ଘଟଣା ଘଟିବା ସମୟରେ ଅଙ୍ଗନୱାଡି କେନ୍ଦ୍ରରେ ପ୍ରାୟ ୩୦ ଜଣ ପିଲା ଉପସ୍ଥିତ ଥିଲେ  ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply