ଆଞ୍ଚଳିକ ଛେଳି ଗିଳୁଥିବା ଅଜଗର ଉଦ୍ଧାର Angul OnlineJuly 5, 2023July 5, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସରଧାପୁର ଗ୍ରାମ ନିକଟରେ ଛେଳିକୁ ଖାଉଥିବା ବେଳେ ଏକ ଆଠ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରା ଯାଇଛି । ସୁଚନା ଅନୁସାରେ ପୁରୁଣାଗଡ ସରଧାପୁର ବନମାଳୀ ମଠ ନିକଟରେ ଗ୍ରାମର ନବ ପ୍ରଧାନଙ୍କ ପୁଅ ନରେନ୍ଦ୍ର ପ୍ରଧାନ ସବୁ ଦିନ ଛେଳି ଚରେଇବା ପାଇଁ ଯାଆନ୍ତି । ଆଜି ସେ ଛେଳି ଚରାଇବାକୁ ଗଲାବେଳେ ଏକ ଅଜଗର ସାପ ରାସ୍ତା ପାର୍ଶ୍ବରେ ଦେଖିଥିଲେ । ତେବେ କିଛି ସମୟ ପରେ ସାପଟି ଗୋଟେ ଛେଳିକୁ ଗିଳୁ ଥିବାର ସେ ଦେଖିଥିଲେ । ଏହା ଦେଖି ସେ ଭୟବିତ ହେଇ ସର୍ପ ଉଦ୍ଧାର କାରି ବିଶ୍ଵ ରଂଜନଙ୍କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ବିଶ୍ଵ ରଂଜନ ପହଞ୍ଚି ନିଜ ସହଯୋଗୀ ସହାୟତାରେ ସାପ କୁ ଧରିଥିଲେ । ପରେ ତାକୁ ବନ ଅଧିକାରୀଙ୍କ ଜୀମା ଦେଇଥିଲେ । Advertisement
ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେଏସପିଏଲ୍ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ମୃତ ଶ୍ରମିକ ଜଣକ…
ସଡକ ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜେ ଏସ ପି ପ୍ଲାଣ୍ଟ ପରିସରରେ ସଡକ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ଅନୁଗୋଳ…
ଦୁଇ ଅଜଗର ସାପ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ , ବଡ଼ଦାଣ୍ଡ ସାହି ଗାଁ ରାସ୍ତାରେ ୧୫ଫୁଟ୍ ଲମ୍ବ ଅଜଗର ସାପ ରାସ୍ତା ପାରି ହେଉଥିଲା । ଏହାକୁ ଦେଖି…