ମୁଖ୍ୟ ଖବର ବିକୁଥିଲେ ନକଲି ଔଷଧ – ବିଜେପି ନେତାଙ୍କ ଦୋକାନ ସମେତ ଦୁଇ ଦୋକାନ ସିଲ Angul OnlineJuly 6, 2023July 6, 2023 ଅନୁଗୋଳ – ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୋଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନକୁ ସିଜ କରା ଯାଇଛି । ଏହି ଦୁଇ ଦୋକାନରେ ପାଣ୍ଟୋସିଡ ଡିଏସଆର ନାମକ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୋଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମା ବୁଢ଼ୀ ମେଡ଼ିସିନ ଦୋକାନରେ ପାଣ୍ଟୋସିଡ ଡିଏସଆର ନାମକ ଔଷଧ ନକଲି ଥିବା ଅଭିଯୋଗ ହୋଇଥିଲା । ଯାହାକି ଗ୍ୟାଷ୍ଟିକ ରୋଗ ପାଇଁ ବ୍ୟବହାର ହୋଇଥାଏ । ଏହି ଅଭିଯୋଗ ଷ୍ଟେଟ ଟାସ୍କ ଫୋର୍ସ ନିକଟରେ ହେବା ପରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ତଦନ୍ତ କରିଥିଲା । ଏହି ତଦନ୍ତ ବେଳେ ମା ବୁଢ଼ୀ ଔଷଧ ଦୋକାନରେ ଏହି ନକଲି ଔଷଧ ବିକ୍ରି ହେଉଥିବା ସ୍ପଷ୍ଟ ହୋଇଥିବା ବେଳେ ସେ ଅମଲାପଡା ଠାରେ ଥିବା ଗଣପତି ଏଣ୍ଟରପ୍ରାଇଜେସରୁ ଏହି ଔଷଧ ଆଣିଥିବା ଜଣା ପଡିଥିଲା । ଏହା ଜଣା ପଡିବା ପରେ ଗତକାଲି ରାତିରେ ଏସ ଟି ଏଫ ଗୋଟିଏ ଓ ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ଆଉ ଗୋଟିଏ ଅଭିଯୋଗ ଅନୁଗୋଳ ଥାନାରେ କରା ଯାଇଥିଲା । ଆଉ ଏହି ଅଭିଯୋଗ ଆଧାରରେ ଆଜି ଉଭୟ ଦୋକାନକୁ ସିଲ କରାଯାଇଛି । ସବୁଠାରୁ ବଡ କଥା ହେଲା ଯେ ମା ବୁଢ଼ୀ ମେଡ଼ିସିନ ଷ୍ଟୋର ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ସୁଦୀପ ଗଡନାୟକଙ୍କ ବୋଲି ଜଣା ପଡିଛି । ଜଣେ ନେତା ହୋଇ ଏଭଳି ନକଲି ମେଡ଼ିସିନ ବିକ୍ରି କରିବା ଅଭିଯୋଗ ଆସିବା ପରେ ଏବେ ଅନୁଗୋଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଏହି ସିଲ ବେଳେ କଟକ ଆଡିସିନାଲ ଡ୍ରଗ୍ସ କଣ୍ଟ୍ରୋଲର ଧର୍ମଦେବ ପୁହାଣ , ଆଡିସିନାଲ ଡ୍ରଗ୍ସ କଣ୍ଟ୍ରୋଲର ତୁଷାର ରଂଜନ ପାଣିଗ୍ରାହୀ , କଟକ ଡ୍ରଗ୍ସ ଇନ୍ସିପେକ୍ଟର ହରିପ୍ରିୟା ମଲ୍ଲିକ , ଅନୁଗୋଳ ଡ୍ରଗ୍ସ ଇନ୍ସପେକ୍ଟର ମୁକ୍ତିନନ୍ଦା ଶତପଥିଙ୍କ ସହ ଅନୁଗୋଳ ଆଡିସିନାଲ ତହସିଲଦାର ପ୍ରଶାନ୍ତ ସିଂ ମ୍ୟାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ ।ଅନୁଗୁଳ ଏସ୍ଡିଜେଏମଙ୍କ କୋର୍ଟରେ ଏକ ମାମଲା ରୁଜୁକରାଯିବାସହ ଅନୁଗୁଳ ଥାନାରେ ଉଭୟ ସଂସ୍ଥାର ୪ ଜଣ ପାର୍ଟନରଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇ ଏକ ମାମଲା ରୁଜୁ କରାଯାଇଛି। Advertisement
ଗୁଳିମାଡରେ ଯୁବକ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଆଜି ରାତି ପ୍ରାୟ ୧୦ ତା ପରେ ଏକ ଗୁଳିକାଣ୍ଡ ଘଟିଥିବା ବେଳେ ଗୁଳି ମାଡରେ…
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…
ଓକିଲଙ୍କୁ ମାଡ଼ ମାରିଲେ ମହିଳା – ଯୌତୁକ ସାମଗ୍ରୀ ଫେରାଇ ଆଣିବାକୁ ଯାଇଥିଲେ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବରପଦା ଗ୍ରାମର ରୋଜାଲି ଦେହୁରୀ ୭ ବର୍ଷ ତଳେ କୁକୁରପେଟା ଗ୍ରାମର ଅନିଲ କୁମାର ସାହୁଙ୍କୁ ବିବାହ କରିଥିଲେ…