ଆଞ୍ଚଳିକ ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିଲ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବୀପତ୍ର Angul OnlineJuly 12, 2023July 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ୬୬୨ ବର୍ଗ (+୨ ଓ +୩) ମହାବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ମାଧ୍ଯମରେ ଅଧ୍ୟାପକ ଓ କର୍ମଚାରୀ ଙ୍କ ପ୍ରତି ହୋଇଥିବା ପାତର ଅନ୍ତର ନୀତି ବିରୋଧ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇ ଥିଲା । ଏଠାରେ ସୂଚନାଯୋଗ୍ୟ କି ୨୦୨୧ମସିହା ଡିସେମ୍ବର ମାସ ୩୦ ତାରିଖ ଦିନ ରାଜ୍ୟ ସରକାର ଏକ କ୍ୟାବିନେଟ ମାଧ୍ୟମରେ ସଲମ ୬୬୨ ଓ ୪୮୮ ବର୍ଗ ର ସମାନ ଧାରାରେ କାମ କରୁଥିବା ଅଧ୍ୟାପକ ମାନଙ୍କ ଦରମା ସମାନ କରିଥିଲେ। ପ୍ରାୟ ଏକ ବର୍ଷ ଧରି ସମାନ ଦରମା ମଧ୍ୟ ପାଇ ଆସୁଥିବାକୁ ତାର ଠିକ୍ ଏକ ବର୍ଷ ପରେ ଅର୍ଥାତ ୨୦୨୩ ମସିହା ଜାନୁଆରୀ ମାସରେ ଆଉ ଏକ କ୍ୟାବିନେଟ୍ କରି ସେ ନିୟମର ପରିବର୍ତ୍ତନ କରି ଏକ ବିରାଟ ଅସଙ୍ଗତି ସୃଷ୍ଟି କରିଲେ । ଯାହା ଫଳରେ ସମାନ ପୁଟିଂ ରେ ସମାନ ଧାରାରେ କାମ କରୁଥିବା ଅଧ୍ୟାପକ ମାନଙ୍କ ମଧ୍ୟରେ ଦଶ ହଜାର ଟଙ୍କା କମ ବେଶି କରିଦେଲେ । ଏହି ନିୟମ ଅନୁସାରେ ୪୯୮ ଓ ସ୍କୁଲ ରେ ୪୨୪୪ ଗ୍ରେଡ ପେ ରେ କାମ କରୁଥିବା କର୍ମଚାରୀ ମାନେ ୨୬୨ ର ଅଧ୍ୟାପକ ଯେଉଁମାନେ ୪୬୦୦ ଗ୍ରେଡ଼ ପେ ରେ କାମ କରୁଛନ୍ତି, ସେମାନଙ୍କ ଠାରୁ ଯଥାକ୍ରମେ ୮ହଜାର ଓ ୬ହଜାର କମ ପାଇଲେ। ଅର୍ଥାତ ବରିଷ୍ଠ କୁ ଏଠି କନିଷ୍ଠ କରି ଏକ କଳଙ୍କିତ ଇତିହାସ ସୃଷ୍ଟି କରିଲେ ବୋଲି ଅଭିଯୋଗ କରିଛନ୍ତି ଅଧ୍ୟାପକ । ୬୬୨ବର୍ଗର ଅଧ୍ୟାପକ ଓ କର୍ମଚାରୀମାନେ ୪୮୮ ବର୍ଗ ର ଅଧ୍ୟାପକ ଙ୍କ ଠାରୁ ବରିଷ୍ଠ ଥିଲେ ବି ରାଜ୍ୟ ସରକାର ଏକ ଅଦ୍ଭୁତ ନିୟମ କରି ଆମକୁ ହତାଦର କରିଦେଲେ ବୋଲି ଆନ୍ଦୋଳକାରୀ କହିଛନ୍ତି ।ଏଭଳି ନିୟମ୍ କୁ ବିରୋଧ କରି ଓ ସମାନ ଗ୍ରେଡ଼ ପେ କୁ ସମାନ ଦରମା ସହିତ ଅନ୍ୟ ତିନୋଟି ଦାବୀ ଧରି ଭୁବନେଶ୍ବର ଗାନ୍ଧୀ ମାର୍ଗ ରେ ଆନ୍ଦୋଳନ ଚାଲୁରହିଛି।ଗତ ୧୫୦ଦିନ ହେଲା ଆନ୍ଦୋଳନ ଚାଲୁଛି। ଏଠାରେ ପ୍ରକାଶ ଥାଉକି ଯୁକ୍ତ ଦୁଇ ପରୀକ୍ଷା ବର୍ଜନ ଡାକରା ସମୟ ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ର ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଂଘ କୁ ତାକି ଆନ୍ତମନ୍ତ୍ରୀ ସ୍ଥରିୟ କମିଟି କରିଲେ ଓ ସମସ୍ୟା ର ସମାଧାନ ହେବ ବୋଲି କଥା ଦେଲେ।ମାତ୍ର ଏହି ଚାରି ମାସ ଭିତରେ ଥରୁଟିଏ ବି ପୂର୍ଣାଙ୍ଗ ବୈଠକ ବସି ପାରିଲା ନାହିଁ ଯାହା ସମସ୍ତଙ୍କୁ ମର୍ମାହତ କରିଛି। ତେଣୁ ଆଜି ୩୦ ଟି ଜିଲ୍ଲା ସହିତ ଭଦ୍ରକ ଜିଲ୍ଲା ରେ ମଧ୍ୟ ଆଜି ପ୍ରତିବାଦ କରାଯାଉଛି। ଅନୁଗୋଳ ଜିଲ୍ଲା ଉପସଭାପତି ଅଧ୍ୟକ୍ଷ ପ୍ରଭାତ ସିହ୍ନା ଓ ସାଧାରଣ ସମ୍ପାଦକ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପାଇକରାୟ ଙ୍କ ନେତୃତ୍ବରେ ପ୍ରାୟ ଶତାଧ୍ଵ କର୍ମଚରୀ ଅନୁଗୋଳ ଷ୍ଟାଡିୟମ ଠାରୁ ଏକ ରାଲି ମାଧ୍ୟମରେ ଆସି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଅଧ୍ୟାପକ ପ୍ରବୀଣ ସାହୁ ସହସମ୍ପାଦକ ଇନ୍ଦ୍ରମଣି ସାହୁ, ଅଧକ୍ଷ ବୈରାଗୀ ଚରଣ ମହାରଣା, ବଳଭଦ୍ର ଜେନା, ଦିଗାମ୍ବର ବିଶ୍ବାଳ, ବଳରାମ ପ୍ରଧାନ, ନିରଜକାନ୍ତ ପ୍ରଧାନ, ଅଧ୍ୟାପକ ଯୋଶବନ୍ତ ସାହୁ, ଜଗବନ୍ଧୁ ସାହୁ, ଅଧକ୍ଷା ପ୍ରତିମା ବାର୍ ପ୍ରମୁଖ ଯୋଗ ଦେଇ ରାଲି ଓ ପ୍ରତିବାଦ ସଭା ପରିଚାଳନା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମସ୍ୟା ର ସମାଧାନ ପାଇଁ ଅନୁରୋଧ କରିଥିଲେ | Advertisement
ଶତାୟୁ ମହିଳାଙ୍କ ଜନ୍ମଦିନ ପାଳିଲେ ପରିବାର ଅନୁଗୁଳ – ଅନୁଗୁଳ ବ୍ଳକ୍ ଅନ୍ତର୍ଗତ ବାଳୁଅକଟା ଗାଁ ପଦ୍ମାବତୀ ପ୍ରଧାନଙ୍କ ଶହେତମ ଜନ୍ମଦିନ ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମରେ ପାଳିତ ହୋଇଛି । ତାଙ୍କ ପରିବାର…
ବିଦ୍ୟୁତ ଦରଦାମ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଇଲେକ୍ଟ୍ରି ଅଫିସ ଘେରିଲା ବିଜେପି ଅନୁଗୁଳ – ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଅହେତୁକ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ବିଜେପି ବିକ୍ଷୋଭ ଚାଲିଥିବା ବେଳେ ଆଜି…
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…