ମୁଖ୍ୟ ଖବର ଡଙ୍ଗାରୁ ପଡି ଭାସିଗଲେ ବୃଦ୍ଧ – ୪ ଘଣ୍ଟା ପରେ ମୃତଦେହ ଉଦ୍ଧାର Angul OnlineFebruary 14, 2021February 14, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବୁରୁବାହାଳ ଗାଁ ଟିକିରା ନଦୀ ଘାଟରେ ଦଙ୍ଗାରେ ଆସୁଥିବା ବେଳେ ଦଙ୍ଗାରୁ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଚିନ୍ତାମଣିପୁର ଗାଁର ପବିତ୍ର ପ୍ରଧାନ (୫୦) । ଆଜି ସକାଳ ୧୧ଟା ବେଳେ ଏନଟିପିସି ଥାନା ବୁରୁବାହାଳ ଗାଁ ଟିକିରାନଦୀଘାଟରୁ ସେ ଡଙ୍ଗାରେ ନଦୀପାର ହୋଇ ତାଙ୍କ ନିଜ ଗାଁ ଚିନ୍ତାମଣିପୁରକୁ ଯିବାବେଳେ ଡଙ୍ଗାରୁ କୌଣସି କାରଣ ବଶତଃ ସେ ପାଣି ଭିତରେ ଖସିପଡ଼ିଥିଲେ । ତାଙ୍କୁ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା । ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବାର ପ୍ରାୟ ୪ ଘଣ୍ଟା ପରେ ନଦୀର ତଳମୁଣ୍ଡରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । Advertisement
ନିଆରା ଚିତ୍ରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଜୁଲାଇ ମାସ ୨୬ ତାରିଖ ହେଉଛି କାର୍ଗିଲ ବିଜୟ ଦିବସ । ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ । ଭାରତୀୟ ଯବାନ ମାନେ…
ଘଞ୍ଚ ଜଙ୍ଗଲରେ ମାକୁ ଛାଡି ପଳେଇ ଗଲା ପୁଅ – ଉଦ୍ଧାର କାଲେ ଗ୍ରାମବାସୀ ତାଳଚେର – ପରିଣତ ବୟସରେ ପୁଅ ସାହା ହେବା ବଦଳରେ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲି ଯିବା ଘଟଣା ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି ।…
ହାତୀ ଆକ୍ରମଣରେ ମହିଳା ମୃତ ଅନୁଗୁଳ – କଣିହାଁ ବନାଞ୍ଚଳ ସାପକଟା ଗାଁ ରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଶୁଭ ପ୍ରଧାନ ରାସ୍ତାରେ ଚାଲିଚାଲି…