ସମସ୍ୟା ଜାତୀୟ ରାଜପଥ ଦୁରବସ୍ଥା – ଦୋଷ ଦେଇ ଅବଧି ବଢାଇଲେ ମନ୍ତ୍ରୀ Angul OnlineJuly 20, 2023July 20, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ମୁଖ୍ୟତଃ ଜାତୀୟ ରାଜପଥ ୫୫ ର ଅବସ୍ଥା ନ କହିବା ଭଲ । ଦୀର୍ଘ ବର୍ଷ ହେଲା ଏହି ରାଜପଥର ଅବସ୍ଥା ଖରାପ ହୋଇ ପଡ଼ିଥିବା ବେଳେ ସମ୍ପ୍ରସାରଣ କାମ ସରିବାର ନାଁ ନେଉ ନାହିଁ । ବର୍ଷା ପରେ ଏହି ରାଜପଥର ଅବସ୍ଥା ଆହୁରି ଖରାପ ହୋଇ ଯାଇଛି । ତେବେ ଏ ନେଇ ବାରମ୍ବାର ଦାବି ଆପତ୍ତି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ମରାମତି କରାଯାଇ ୨୦୨୩ ମସିହା ଜୁଲାଇ ମାସ ସୁଦ୍ଧା ସମ୍ପ୍ରସାରଣ କାମ ସରିଯିବ ବୋଲି କୁହା ଯାଇଥିଲା । ପରେ ରାଜ୍ୟ ସରକାର ମଧ୍ୟ ୨୦୨୩ ବର୍ଷ ଶେଷ ସୁଦ୍ଧା କାମ ସରିବ ବୋଲି କହିଥିଲେ । ତେବେ ଆଜି ସଂସଦରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କ ବିବୃତି ପରେ ଦ୍ଵନ୍ଦ ଆହୁରି ବଢ଼ି ଯାଇଛି । ସେ ଜମି ଅଧିଗ୍ରହଣ , ଜଙ୍ଗଲ ଜମି ଅନୁମୋଦନକୁ ଦୋଷ ଦେବା ସହ ଠିକାଦାର ଦ୍ୱାରା ଧୀର ମନ୍ଥର ଗତିରେ କାମ ଯୋଗୁଁ ଅନୁଗୋଳ-ଢେଙ୍କାନାଳ ଦେଇ ଯାଇଥିବା ରାଜପଥ ଗୁଡିକର କାମ ବିଳମ୍ବ ହୋଇଛି ବୋଲି କହିଛନ୍ତି । ଏହା ସହ ମାର୍ଚ୍ଚ ୨୦୨୪ ଯାଏ ଅବଧି ବଢ଼ାଇ ମାର୍ଚ୍ଚ ମାସରେ କାମ ସରିବ ବୋଲି କହିଛନ୍ତି । ଯାହାକୁ ନେଇ ଏବେ ଦୁଇ ଜିଲ୍ଲାରେ ପ୍ରତିକ୍ରିୟା ଦେଖା ଦେଇଛି । Advertisement
ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଦାବି ଅନୁଗୋଳ – ଜାତୀୟ ରାଜପଥରେ ଭରିଯାନ ଚଳାଚଳ ଉପରେ କଟକଣା ଲଗାଇବାକୁ ଦାବି ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି…
ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ଅର୍ଦ୍ଧାଧିକ ପଦବୀ ଖାଲି ପଡିଛି – ଉଚ୍ଚ ଶିକ୍ଷାମନ୍ତ୍ରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଏକମାତ୍ର ନବକୃଷ୍ଣ ଚୌଧୁରୀ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଅର୍ଦ୍ଧାଧିକ ପଦବୀ ଖାଲି ପଡିଥିବା କଥା…
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା – ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ପରିବାରର ଧମକ ଅନୁଗୁଳ – ଅନୁଗୁଳ ଥାନା କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀକୁ ତଳକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ମୃତ…