ମୁଖ୍ୟ ଖବର ଯାତ୍ରୀବାହୀ ଘରୋଇ ବସକୁ ପାଞ୍ଚ ଲକ୍ଷ ଟଙ୍କା ଜୋରିମନା Angul OnlineJuly 21, 2023July 21, 2023 ପାଲଲହଡା – ବସକୁ 4 ଲକ୍ଷ 98 ହଜାର ଜୋରିମନା । ସିଂହବାହିନୀ ନାମକ ଏକ ଘରୋଇ ବସ କୁ ତାଳଚେର ପରିବହନ ଅଧିକାରୀ ବିଭିନ୍ନ ପରିବହନ ଆକ୍ଟ ଉଲଙ୍ଘନ ଅଭିଯୋଗରେ ମୋଟ 4 ଲକ୍ଷ 98 ହଜାର 764 ଟଙ୍କା ଜୋରିମନା କରିଛନ୍ତି । 192(କ) ଅନୁଯାୟୀ ପରମିଟ ନଥାଇ ଗାଡି ଚଳାଇବା ପାଇଁ 10 ହଜାର ଟଙ୍କା , ଟ୍ୟାକ୍ସ ବାବଦକୁ ବକେୟା ପାଇଁ 4 ଲକ୍ଷ 88 ହଜାର 764 ଟଙ୍କା ଏହିପରି ଭାବେ ମୋଟ 4,98764 ଟଙ୍କାର ଜୋରିମନା ପରିବହନ ବିଭାଗ ପକ୍ଷରୁ କଟାଯାଇଛି । ଜୋରିମନା ସହ ବସଟିକୁ ପାଲଲହଡା ଥାନାର ଜିମା ଦିଆଯାଇଛି । ସୁଚନା ଅନୁସାରେ ଦୀର୍ଘଦିନରୁ ଏହି ବସଟି ପରିବହନ ଆଇନ ଉଲଂଘନ କରି ଆସୁଥିବା ବେଳେ ନୂତନ ମୋଟର ଯାନ ଆଇନ ଅନୁଯାୟୀ ଫାଇନ କଟାଯାଇଥିବା ତାଳଚେର ଆରଟିଓ ନିଖିଳ କୁମାର ପଟନାୟକ ସୂଚନା ଦେଇଛନ୍ତି । ବସଟି ଖମାର ରୁ କଲିକତା ଯାଉଥିବା ଜଣାପଡିଛି । Advertisement
କୂଅ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ରାଉତାଳ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୋମବାର …
ହାତୀ ଛୁଆକୁ ଦିଆଗଲା ସାଲାଇନ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ପାଳବନ୍ଧ ନିକଟରେ ଗୋଠଛଡ଼ା ହୋଇଥିବା ପ୍ରାୟ ଦେଢ଼ ବର୍ଷର ହାତୀଛୁଆ ଦେହରେ ଆଜି ସାଲାଇନ ଲାଗିଛି । ତାକୁ ଟ୍ରଙ୍କୁଲାଇଜ…
ଅଧିଆ ପଡିଥିବା ନାବାଳକ ମୃତ ଅନୁଗୁଳ – ଠାକୁରଙ୍କ ପାଖରେ ଅଧିଆ ପଡିଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବନ୍ତଳା ଥାନା ପୋକତୁଙ୍ଗା କୃଷ୍ଣଗୁରୁ ମନ୍ଦିରରେ…