ଅପରାଧ ହତ୍ୟାକାଣ୍ଡର ୩ ଫେରାର ଅଭିଯୁକ୍ତ ଗିରଫ Angul OnlineJuly 24, 2023July 24, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନାରାୟଣଚନ୍ଦ୍ରପୁର ଗାଁରେ ଗତ ୧୧ ତାରିଖରେ ଘଟିଥିବା ଏକ ହତ୍ୟାକାଣ୍ଡର ୩ ଫେରାର ଅଭିଯୁକ୍ତଙ୍କୁ ସୋମବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ , ଗାଁର ଫଡ଼ି ନାଏକ(୪୦)ଙ୍କ ଗାଇ ୧୧ ତାରିଖରେ ସୁଶାନ୍ତ ନାଏକଙ୍କ ଧାନ ତଳିକୁ ଖାଇ ଦେଇଥିଲା । ଏ ନେଇ ସୁଶାନ୍ତ ଓ ତାଙ୍କ ସ୍ତ୍ରୀ ପୁଷ୍ପା ଆସି ଫଡ଼ିଙ୍କ ସହ ବଚସା କରିଥିଲେ । ଏଥିରେ ଫଡ଼ି ଉତ୍କ୍ଷିପ୍ତ ହୋଇ ସୁଶାନ୍ତଙ୍କୁ ଚାପୁଡ଼ା ମରିଥିଲେ । ପୁଷ୍ପା ରାତିରେ ଫଡ଼ିଙ୍କ ଘରେ ପହଞ୍ଚି କହିଥିଲେ ଆସ ଏହାର ସମାଧାନ କରିବା । ପୁଷ୍ପାଙ୍କ କଥାରେ ଫଡ଼ି ସୁଶାନ୍ତଙ୍କ ଘର ନିକଟରେ ପହଞ୍ଚିଥିଲେ । ତେବେ ସେଠାରେ ଉଚ୍ଚବାଚ ହେବାରୁ ସୁଶାନ୍ତ, ପୁଷ୍ପା, ଟୁଙ୍ଗି ନାଏକ, ଟୁକୁଲ ନାଏକ ଓ ଶକ୍ତି ନାଏକ ଫଡ଼ିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଫଡ଼ିଙ୍କର ମୃତ୍ୟୁ ହୋଇଥିଲା । ଫଡ଼ିଙ୍କ ପରିବାର ଲୋକେ ପୁଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ବଅଁରପାଳ ପୁଲିସ ପହଞ୍ଚି ଶବକୁ ଜବତକରି ଏକ ମାମଲା ରୁଜୁକରି ସୁଶାନ୍ତ ଓ ତାଙ୍କ ସ୍ତ୍ରୀ ପୁଷ୍ପାଙ୍କୁ ଗିରଫ କରି ୨ ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀଙ୍କୁ କୋର୍ଟ ଚାଲାଣ କରିଥିଲା । ପୁଲିସ ଘଟଣାର ତଦନ୍ତକରି ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ଟୁଙ୍ଗି ଓରଫ ଦେବାଶିଷ ନାଏକ(୪୬), ଟୁକୁଲା ଓରଫ ଶ୍ରୀବତ୍ସ ନାଏକ(୪୦) ଓ ହାତୀ ଓରଫ ଶକ୍ତି ନାଏକ(୨୩)ଙ୍କୁ ଢ଼େଙ୍କାନାଳ ଜିଲ୍ଲାରୁ ସୋମବାର ଗିରଫ କରିଛି । ଏଥିସହ ମୃତ ଫଡ଼ି ନାଏକଙ୍କଠାରୁ ଛଡ଼ାଇ ନେଇଥିବା ଏକ ପିସ୍ତଲ ଓ ଜୀବନ୍ତ ଗୁଳିକୁ ଜବତକରିଛି । ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
ଢ଼ାବା ବେପାରରୁ ବ୍ରାଉନସୁଗାର ବେପାର – ଗିରଫ କଲା ଅବକାରୀ ବିଭାଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଆଜି ନାଲକୋନଗର ଥାନା ଅଞ୍ଚଳ କାଣ୍ଡସର ଠାରୁ ୨୫୫ ଗ୍ରାମ…
ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚାକିରି ଦେବାକୁ କହି ୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ…
କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ସକାଳେ କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଅଟୋକୁ ଜବତ…