ଅପରାଧ ଉପ-ବାଚସ୍ପତିଙ୍କ ବାସଭବନ ଆଗରେ ପୁଲିସକୁ ଆକ୍ରମଣ(ଭିଡିଓ) Angul OnlineJuly 25, 2023July 25, 2023 ଅନୁଗୋଳ – ଅନୁଗୋଳ ବିଧାୟକ ତଥା ବିଧାନସଭା ଉପ – ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ଦୁଇ ଜଣ ଯୁବକଙ୍କ ଉନ୍ମତକାଣ୍ଡ । ମଦ୍ୟପାନ କରି ଦୁଇ ଯୁବକ ଅଭଦ୍ର ଭାଷାରେ ଗାଳି ଗୁଳଜ କରିବା ସହ ଭୁଜାଲି ବୁଲାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ପୁଲିସକୁ ମଧ୍ୟ ଛାଡି ନଥିଲେ ଦୁର୍ବୃତ୍ତ । ହରେଶ ଚନ୍ଦ୍ର ଦଳେଇ ନାମକ ଜଣେ ଏ ଏସ ଆଇ ଓ ଅନ୍ଯ ଜଣେ ପୁଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରାୟ 15 ମିନିଟ କାଳ ଏଭଳି ଆକ୍ରମଣ କରି ଚାଲିଥିଲେ ମଧ୍ୟ ସ୍ଥାନୀୟ ଲୋକ ଦେଖଣାହାରୀ ପାଳଟିଥିଲେ । କେହି ଛଡ଼ାଇବାକୁ ମଧ୍ୟ ସାହସ କରି ନଥିଲେ । ଏଥିରେ ଦୁଇ ପୁଲିସ କର୍ମଚାରୀ ଆହତ ମଧ୍ଯ ହୋଇଛନ୍ତି । ପରେ ବଅଁରପାଳ ପୁଲିସ ସଦଳବଳ ପହଂଚି ଦୁଇ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଉଭୟ ଯୁବକଙ୍କୁ ଗିରଫ କରିଛି । ଗିରଫ ଦୁଇ ଯୁବକ ଗୋତମରା ଗାଁର ସିପୁନ ଭୋଇ ଏବଂ ଦିପକ ଭୋଇ ବୋଲି ଜଣା ପଡିଛି । https://angulonline.com/wp-content/uploads/2023/07/WhatsApp-Video-2023-07-25-at-22.19.03.mp4 Advertisement
ଯୁବକକୁ ପିଟି ପିଟି ହତ୍ଯା ଅଭିଯୋଗ ଅନୁଗୁଳ – ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ । ମୃତ ଯୁବକ ଜଣଙ୍କ…
୮ମୋଟରସାଇକଲ ଚୋର ଗିରଫ ,୯ ମୋଟର ସାଇକେଲ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଦିନ ୮ଜଣ ମୋଟରସାଇକେଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ…
ସ୍ତ୍ରୀକୁ ଟଙ୍ଗିଆରେ ହାଣି ହତ୍ଯା କଲା ସ୍ୱାମୀ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଅଂଚଳରେ ଗୁରୁବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଧାନବିଲରେ ଯୁକ୍ତିତର୍କରୁ ଉତ୍କ୍ଷିପ୍ତ ସ୍ବାମୀ…