ରାଜନୀତି ସରପଞ୍ଚ ମାନଙ୍କ ସାଙ୍ଗଠନିକ ବୈଠକ Angul OnlineJuly 26, 2023July 26, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଅନୁଗୋଳର ମାରଓ୍ବାଡି ଧର୍ମଶାଳା ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଦୁର୍ଯୋଧନ ସାହୁ ସଭାପତିତ୍ବ କରିଥିଲେ। ଏହି ସାଙ୍ଗଠନିକ ବୈଠକରେ ଅନୁଗୋଳ, ଆଠମଲ୍ଲିକ, ବଅଁରପାଳ , ଛେଣ୍ଡିପଦା, କିଶୋରନଗର, ତାଳଚେର, କଣିହାଁ, ଓ ପାଲଲହଡ଼ା ବ୍ଲକ ର ସମସ୍ତ ସରପଞ୍ଚ ଯୋଗ ଦେଇଥିଲେ । ସମସ୍ତ ସରପଞ୍ଚ ନିଜର ପରିଚୟ ପଦାନ କରିବା ପରେ ସରପଞ୍ଚ ମାନଙ୍କ ସୁବିଧା ଅସୁବିଧା ଉପରେ ଆଲୋଚନା ହୋଇଥିଲା । ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ସରପଞ୍ଚ ମାନଙ୍କର ଅଧିକାର ଉପରେ ହସ୍ତକ୍ଷେପ କରାଯାଉଛି । ଏଣୁ ଏହାକୁ ବିରୋଧ କରିବା ସହିତ ନିନ୍ଦା କରାଯାଇଥିଲା । ପଞ୍ଚାୟତରେ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ବିଲ୍ କରି ଯଥା ଶିଘ୍ର ଅର୍ଥପ୍ରଦାନ କରାଯାଉନାହିଁ ସେ ବିଷୟରେ ଆଲୋଚନା କରା ଯାଇଥିଲା । ପ୍ରତ୍ୟେକ ପଞ୍ଚାୟତକୁ ଜଣେ ଜେଇ,ଜିଆରଏସ୍ ଓ ପିଓ ନିଯୁକ୍ତି ଦେବା ଆବଶ୍ୟକ । ପଞ୍ଚାୟତରେ ହେବାକୁ ଥିବା ପ୍ରତ୍ୟେକଟି କାର୍ଯ୍ୟ ସରପଞ୍ଚ ମାନଙ୍କୁ ଜଣାଇବା ପରେ କାର୍ଯ୍ୟ କରାଯିବ । ଏଭଳି ଅନେକ ବିଷୟରେ ଆଲୋଚନା କରାଯାଇଥିଲା । ଏହା ସହ ଆଜିଠାରୁ ଠାରୁ ସ୍ଥାୟୀ କମିଟି ଚୟନ ହେବାଯାଏ ଦୁର୍ଯୋଧନ ସାହୁ କାର୍ଯ୍ୟ ତୁଲାଇବା ସହିତ ସମସ୍ତ ବ୍ଲକ୍ର ବଛା ଯାଇଥିବା ଭାଇ ଭଉଣୀ ମାନେ ସଠିକ୍ ରୂପେ ଦାୟିତ୍ୱ ତୁଲାଇବାର ନିଷ୍ପତ୍ତି ଗୃହିତ କରାଗଲା । ସର୍ବଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରାଗଲା । Advertisement
ନଅରୁ ନବେ ଆସନ ନେବ କଂଗ୍ରେସ- ଶରତ ପଟ୍ଟନାୟକ ଅନୁଗୁଳ – ରାହୁଲ ଗାନ୍ଧୀ ଭାରତ ଜୋଡୋ ଅଭିଯାନ କରୁଥିବା ବେଳେ ଅନୁଗୁଳରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ଅନୁଗୁଳ ଗସ୍ତରେ…
ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ସଚିବଙ୍କୁ ବିଜେଡି ପକ୍ଷରୁ ଧନ୍ୟବାଦ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛିଛି । ଧନସମ୍ପତ୍ତି ନଷ୍ଟ…
ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ଅନୁଗୁଳ – ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ଘୋଷଣା କରା ଯାଇଛି । ଦଳ ପକ୍ଷରୁ ଦେଶର ୧୫୧…