ମୋବାଇଲରେ ଖେଳ ହେଲା କାଳ – ବାପ-ମା ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ସାଇବର ଲୁଟେରା

ମୋବାଇଲରେ ଖେଳ ହେଲା କାଳ – ବାପ-ମା ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଲା ସାଇବର ଲୁଟେରା

ଅନୁଗୋଳ – ବାପା-ମା ଙ୍କ ମୋବାଇଲରେ ପୁଅ ଖେଳିବା ବାପ-ମାଙ୍କ ପାଇଁ କାଳ ହୋଇଛି । ପୁଅର ସାମାନ୍ୟ ଭୁଲ ଯୋଗୁଁ ବାପ-ମାଙ୍କ ଆକାଉଣ୍ଟରୁ ୨ ଲକ୍ଷ ୫୭ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଗୋପାଳପ୍ରସାଦ ଥାନା ତିଳେଇପଶି ଗାଁର ଅମର କିଶୋର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ୧୫ ବର୍ଷୀୟ ପୁଅ ଗତ ୧୮ ତାରିଖ ଦିନ ମୋବାଇଲ ଧରି ଇନଷ୍ଟାଗ୍ରାମରେ ରିଲ ଦେଖୁଥିଲେ । ଏକ ରିଲ ଦେଖି ସେହି ରିଲରେ ଦିଆ ଯାଇଥିବା ଏକ ନମ୍ବରକୁ ସେ ମେସେଜ କରିଥିଲେ । ପରେ ସେହି ନମ୍ବରରୁ ଓ ଅନ୍ୟ ଦୁଇଟି ନମ୍ବରରୁ ହ୍ଵାଟ୍ସଆପରେ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ଜଣଙ୍କ ନାବାଳକଙ୍କୁ ଗିଫ୍ଟ ଆସିଥିବା ପ୍ରଲୋଭନ ଦେଖାଇ ପ୍ରଥମେ ଚାରଜିଙ୍ଗ ଫି ୨ ହଜାର ଟଙ୍କା ମାଗିଥିଲା । ପରେ ପୁଣି ରେଜିଷ୍ଟ୍ରେସନ ଫି ବାବଦକୁ ୫ ହଜାର ମାଗିଥିଲା । ଏତିକିରେ ରହି ଯାଇ ନଥିଲା ସାଇବର ଠକ । ପରେ ପରେ ଦୁବାଇ ଗେଟପାସ ଚେକିଂ , ପୋଲିସ ଚେକିଂ , ଇଣ୍ଡିଆ ଗେଟ ଚେକିଂ , ଗାଡି ଖରାପ ବାହାନା , ଲେଡିଜ କନେଷ୍ଟବଳ ଚେକିଂ ଆଦି ବାହାନା କରି ୨ ଲକ୍ଷ ୫୭ ହଜାର ଟଙ୍କା ଠକି ନେଇଥିଲା । ନାବାଳକ ଜଣଙ୍କ ଠକାମୀ କଥା ଜାଣି ନ ପାରି ତାଙ୍କ ବାପାଙ୍କ ପଞ୍ଜାବ ନେସନାଲ ଆକାଉଣ୍ଟ ଓ ମା’ଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ଥର ଥର କରି ଏହି ସବୁ ଟଙ୍କା ଠକକୁ ପଠାଇଥିଲେ । ତେବେ ଏହି କଥା ବାପା-ମା ଜାଣି ପାରି ନଥିବା ବେଳେ ୨୪ ତାରିଖରେ ଆକାଉଣ୍ଟ ବାଲାନ୍ସ ଚେକ କରିବା ବେଳେ ଉଭୟ ଆକାଉଣ୍ଟରେ ଟଙ୍କା ନଥିବା ଦେଖି ପୁଅକୁ ପଚାରିଥିଲେ । ପୁଅ ବାପ-ମା ଆଗରେ ସବୁ କଥା କହିବା ପରେ ସାଇବର ଠକାମୀର ଶିକାର ହୋଇଥିବା ଅମର ଜାଣିପାରି ଅନୁଗୋଳ ସାଇବର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରୁଛି ।

 

What’s your Reaction?
+1
1
+1
0
+1
0
+1
0
+1
0
+1
0
+1
0

Leave a Reply