ଅପରାଧ ବିପୁଳ ପରିମାଣର ମଦ ଜବତ – ଆଠ ଗିରଫ Angul OnlineJuly 29, 2023July 29, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୧ ଲିଟର ମହୁଲି ମଦ ଏବଂ ୩୦୦ କେଜି ପୋଚ ଜବତ କରିଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୩୧ ହଜାର ୨୦୦ ଟଙ୍କା ହୋଇଥିବା ବେଳେ ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଠାକୁରଗଡ଼ ଥାନା ଅଞ୍ଚଳରେ ଚୋରା ମଦ କାରବାର ଖବର ପାଇ ଆଠମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗ ତରଫରୁ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ବାଲିସାହି ଗ୍ରାମର ଦିବାକର ପ୍ରଧାନଙ୍କ ନିକଟରୁ ୩୫ ଲିଟର ଦେଶୀ ମହୁଲି ମଦ ଓ ୨୦୦ କେଜି ପୋଚ, ମମି ପଧାନଙ୍କ ଠାରୁ ୧୭ ଲିଟର, କଣ୍ଠ ପ୍ରଧାନଙ୍କ ଠାରୁ ୨୦ ଲିଟର, ମଦନ ପ୍ରଧାନଙ୍କ ଠାରୁ ୧୮ ଲିଟର, ଟାପଢୋଲ ଗ୍ରାମର ପ୍ରଭାତୀ ବେହେରାଙ୍କ ଠାରୁ ୭ ଲିଟର, ବାସନ୍ତୀ ପଧାନଙ୍କ ଠାରୁ ୨୨ ଲିଟର ଦେଶୀ ଓ ୫୦ କେଜି ପୋଚ, ସୁନିତା ପ୍ରଧାନଙ୍କ ଠାରୁ ୨୨ ଲିଟର ଦେଶୀ ମହୁଲି ମଦ ଓ ୫୦ କେଜି ମହୁଲି ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । ଏହା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଚଢ଼ଉ ବେଳେ ଆଠମଲ୍ଲିକ ଅବକାରୀ ଅଧିକାରୀ ଧରଣୀଧର ପ୍ରହରାଜ, ବଇଣ୍ଡା ଅବକାରୀ ଅଧିକାରିଣୀ ରଞ୍ଜିତା ହରିଚନ୍ଦନ, ଅନୁଗୁଳ ମୋବାଇଲ ସ୍ମାର୍ଡ଼ ରମ୍ଭା ବାଗ ଏବଂ ଭରତ ବେହେରା ଉପସ୍ଥିତ ଥିଲେ । ସେହିଭଳି ଅନୁଗୋଳ ଅବକାରୀ ଥାନା ଅଧିକାରୀ ଶମ୍ଭୁ ପ୍ରସାସ ନାୟକ ଦୁଇଟି ମୋଟରସାଇକେଲ ସହ ୫୫ ଲିଟର ବିଦେଶୀ ଚୋରା ମଦ ଜବତ କରିଛନ୍ତି । ଘଟଣାରେ ତାଳଚେର କନ୍ଧବେରେଣି ଗାଁର ଦିପୁ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । Advertisement
ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ସଂସାମରା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି ।…
ହାତ ବୋମା ସହ ୫ ଡକାୟତ ଗିରଫ – ଲୁଟ ପାଇଁ କରୁଥିଲେ ଯୋଜନା ଅନୁଗୁଳ – ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଡକାୟତଙ୍କୁ ଗିରଫ କଲା ଅନୁଗୁଳ ପୁଲିସ । ସେମାନଙ୍କ ନିକଟରୁ ହାତ ତିଆରି ବୋମା ସହିତ…
କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଦ୍ୟୁତ ବିଭାଗ କ୍ୱାର୍ଟର ଲାଇନ ଅଞ୍ଚଳରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି ।…